ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କୁ ନର୍ସ ଭୂଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉପସ୍ଥିତ ଶତାଧିକ ଲୋକେ ଭିତରକୁ ଧସେଇ ପଶିଥିଲେ ।
Category: State
ପୁରୀରେ ନିର୍ମାଣ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ
ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି।
କରୋନାରେ ଆକ୍ରାନ୍ତ ଲୋକପ୍ରିୟ ତଥା ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ
ଓଲିଉଡ଼ ଜଗତ ପାଇଁ କରୋନା ଆଉ ଏକ ଦୁଃଖ ଦେଇଗଲା । ଚାରିଦିନ ଭେଣ୍ଟିଲେଟରରେ ରହିବା ପରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି ।
ସପ୍ତାହକ ଭିତରେ କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି, ନ ଲାଗିଲେ ନିଆଯିବ କାର୍ଯ୍ୟନୁଷ୍ଠାନ-
କରୋନା ମହାମାରୀ ସମୟରେ ରାଜ୍ୟବାସୀ ଚିନ୍ତାରେ ଥିଲା ବେଳେ ହସ୍ପିଟାଲରେ ଲାଗିଛି ଲମ୍ଭା ଲାଇନ୍ । ତେବେ ଏହାରି ଭିତରେ ହସ୍ପିଟାଲର ଅବ୍ୟବସ୍ଥା ବାରମ୍ଭାର ବାରମ୍ଭାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର ହୋଇଛି ।
ତେଣୁ ଏହାକୁ ସୁଧାରିବାକୁ ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଛନ୍ତି । ଯାହାଫଳରେ କୋଭିଡ଼୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ କହିଛନ୍ତି । ଯାହାଫଳରେ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍ ଲାଇନ୍ ରହିବ ।
ବାହାଘରର ୬ ଦିନ ନହେଉଣୁ କାଳ ହେଲା କରୋନା, ଲିଭିଗଲା ସିନ୍ଦୂର
ବିବାହର ମାତ୍ର ୬ ଦିନ ନ ପୂରୁଣୁ କାଳ ଘଟାଇଲା କରୋନା । କେନ୍ଦ୍ରାପଡା ଜିଲ୍ଲାର ପ୍ରଧାନପଡା ଗ୍ରାମ ଅନ୍ତର୍ଗତ ଦୁର୍ଗାଡିପଡା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।
ନବଜାତ ଶିଶୁକୁ ୫୦ ହଜାର ଟଙ୍କାରେ ବିକ୍ରି କଲା ବାପ:ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଅଭାବନୀୟ ଦୃଶ୍ୟ
ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜନ୍ମ ହେବାର କେଇଟା ଦିନ ନପୂରୁଣୁ ୫୦ ହଜାର ଟଙ୍କାରେ ବାପା ନବଜାତ ଶିଶୁକୁ ପରହାତରେ ଟେକି ଦେଇଛି ।
କୋଭିଡ ରୋଗୀଙ୍କ ସମ୍ପର୍କୀୟଙ୍କୁ ଛଡା ନଯିବାରୁ କଟକ ଏସସିବି କୋଭିଡ ହସ୍ପିଟାଲରେ ଉତ୍ତେଜନା-
କଟକ ଏସସିବି କୋଭିଡ ହସ୍ପିଟାଲରେ ଆଜି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଛଡା ନଯିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଜାଣିନପାରି ପରିବାରବର୍ଗ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।
ପ୍ରାୟ ୨୦ ଜଣ ଡଙ୍ଗରିଆ କନ୍ଧଙ୍କ ସମେତ ସ୍ଥାନୀୟ ସରପଞ୍ଚ କରୋନା ପଜିଟିଭ ଚିହ୍ନଟ
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । ପାରସାଲି ପଞ୍ଚାୟତରେ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟସରକାରଙ୍କ ନିର୍ଦ୍ଦେଶ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ରହିବା ବାଧ୍ୟତାମୂଳକ
ସମସ୍ତ ସରକାରୀ ତଥା ଘରୋଇ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ରହିବା ବାଧ୍ୟତାମୂଳକ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି।
ଆଜିଠାରୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକ ଉପକୃତ ହେବେ ଘରେ ହେବ ଟେଷ୍ଟ ଓ ଟିକାକରଣ
ଆଜିଠୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକଙ୍କ ପାଇଁ ରାଜଧାନୀରେ ଘରେ ଟିକାକରଣ ଓ ଟେଷ୍ଟିଂର ସୁବିଧା ମିଳିପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।