ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରୁ ବରଗଡ ଜିଲ୍ଲା ଭେଡେନ୍ କୁ ଚାଲାଣ ହେଉଥିଲା ରନ୍ଧା ମଦ । ଏକ କାର ଯୋଗେ ଏହି ରନ୍ଧା ମଦ ଚାଲାଣ ହେଉଥିବା ବେଳେ ଉଲୁଣ୍ଡା ଗ୍ରାମାସୀଙ୍କ ହାବୁଡ଼ରେ ପଡିଥିଲେ ୨ ମଦ ବୋପାରୀ ।
Category: Regional
ବନ ବିଭାଗ ୩ ଘଣ୍ଟାର କସରତ ପରେ ଘର ଭିତରୁ ଭାଲୁକୁ ଉଦ୍ଧାର କଲା-
ଘର ଭିତରୁ ଉଦ୍ଧାର ହେଲା ଭାଲୁ । ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ-
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କେନ୍ଦ୍ର ସରକାର ଜାରୀ କଲେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ର ପାଇଁ ନୁଆ ନିୟମ –
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୀକୃତପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ନିୟମକୁ ସୂଚିତ କରିଛି। ଏହି ନିୟମ ୦୧ ଜୁଲାଇ, ୨୦୨୧ ରୁ ଲାଗୁ ହେବ।
ଓଡ଼ିଶା ହାଇକୋର୍ଟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି-
ଗୋଳନ୍ଥରା ଥାନାରେ ଦାୟର ହୋଇଥିବା ଆଉ ଏକ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଟାଟା କମ୍ପାନୀରେ ଚାକିର କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
କିନ୍ନରମାନେ ରାଜଧାନୀରେ ସାବିତ୍ରୀ ବ୍ରତ ପାଳିଲେ-
ଆଜି ଏହି ଅବସରରେ ଭୁବନେଶ୍ୱରରେ ଏକ ନୁତନ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା, ଆସନ୍ତା ୪୮ ଘଣ୍ଟା ଭିତରେ ସାରା ରାଜ୍ୟରେ ସକ୍ରିୟ ହେବ –
ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ ।
କମିଶନରେଟ୍ ପୋଲିସର ରଜ ପାଇଁ କଡ଼ା କଟକଣା,ସ୍ପେଶାଲ୍ ଡ଼୍ରାଇଭ୍ ଆରମ୍ଭ ହେଲା –
କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ପୋଲିସ୍ ଆଜିଠୁ ଆରମ୍ଭ କରିଛି ସ୍ପୋଶାଲ ଡ଼୍ରାଇଭ୍ । ଆଗକୁ ରଜପର୍ବ ଆସୁଥିବାରୁ ଲୋକମାନେ ନିୟମ ନମାନି ବଜାରରେ ବୁଲିବାର ଅଧିକ ସମ୍ଭାବନା ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ୍ କଡ଼ାକଡ଼ି ଭାବେ ଦୋକାନ ବଜାରରେ ଯାଞ୍ଚ କରିବ ।
ସାବିତ୍ରୀ ବ୍ରତରେ ସିନ୍ଦୁର ଛଡାଇ ନେଲା କରୋନା-
ମାତ୍ର ଆଜି ଭଳି ଦିନ ବି ଦୟା ଦେଖାଇଲାନି ନିଷ୍ଠୁର କରୋନା । ସ୍ୱାମୀଙ୍କ ଆରୋଗ୍ୟ ପାଇଁ କାମନା କରି ବ୍ରତ ରଖି ପୂଜା ସାରି ଘରୁ ଫେରିବା ବେଳକୁ ଅପେକ୍ଷା କରିଥିଲା ସ୍ୱାମୀଙ୍କ ମୃତ୍ୟୁ ଖବର ।
ରଥଯାତ୍ରା ଉପରେ ପୁଣି ଲାଗିଲା କଟକଣା, ଏ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ଭକ୍ତ ଶୂନ୍ୟ ହେବ-
ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା କିନ୍ତୁ ପୂର୍ବ ବର୍ଷ ଏବର୍ଷ ପୁଣି ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏବର୍ଷ ବି ଭକ୍ତ ଶୂନ୍ୟ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା ।