ଆଜି ମେକ୍ ଇନ୍ ଇଣ୍ଡିଆ ଦ୍ବାରା ଲଞ୍ଚ ହୋଇଥିବା ଆଇସିଜି ଜଳଜାହାଜ ସଜାଗ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ନୂତନ ସୁରକ୍ଷା ରକ୍ଷୀ ଭାବେ ପହରା ଦେବ । ଏପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ। ପାଞ୍ଚଟି ଅଫସୋର ପାଟ୍ରୋଲିଂ ଜାହାଜରେ ଆଇସିଜି ଜାହାଜ ‘ସଜାଗ’ ତୃତୀୟ ଅଟେ।
Year: 2021
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୯ ତାରିଖ ୨୦୨୧ ମସିହା(ଶନିବାର) ସୌରମାସ-ବୃଷ ୧୫ ଦିନ
11.8 କୋଟି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ୍ ରେ ମଧ୍ୟାହ୍ନ ଭୋଜନ ପାଇଁ 12,00 କୋଟି ଟଙ୍କା ମିଳିବ-
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାର ରନ୍ଧନ ମୂଲ୍ୟ ଉପାଦାନର ସିଧାସଳଖ ଲାଭ ଟ୍ରାନ୍ସଫର (DBT) ମାଧ୍ୟମରେ 11.8 କୋଟି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି, ମନ୍ତ୍ରୀ ପରିଷଦ ବୈଠକ ସଂଧ୍ୟାରେ ଡକାଇଲେ –
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ହୋଇଛି । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୫ଟା ୩୦ ମିନିଟରରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜଣାପଡିଛି ।
ଜୁନ 1ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ –
ରାଜ୍ୟରେ ଆସନ୍ତା ଜୁନ 1ରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗ୍ରୀଷ୍ମ ଛୁଟି ସମାପ୍ତ ହେବା କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତ।
ପ୍ରଧାନମନ୍ତ୍ରୀ ୟାସ୍ ପରିସ୍ଥିତିର ସମୀକ୍ଷା କରି ଓଡିଶାକୁ 500 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କଲେ-
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାଇକ୍ଲୋନ ୟାସ୍ ପରିସ୍ଥିତିର ସମୀକ୍ଷା କରି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ଓଡିଶା ଆସି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁରବା ମେଦିନୀପୁରରେ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିଥିଲେ।
‘ୟାସ୍’ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧିକାରୀ ମାନଙ୍କୁ ନିର୍ଦେଶ
ଘୂର୍ଣ୍ଣିବଳୟ ‘ୟାସ୍’ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡାକୁ କ୍ଷତି ପହଞ୍ଚାଇବାର ଗୋଟିଏ ଦିନ ପରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ସମ୍ପୃକ୍ତ ଅଧିକାରୀଙ୍କ କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମାଗିଛନ୍ତି।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବାକୁ ଓଡିଶା ଆସିବେ-
ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ୱରରେ ପହଁଚି ପ୍ରଥମେ ଏକ ସମୀକ୍ଷା ବୈଠକ କରିବେ ତା’ପରେ ସେ ବାଲେଶ୍ୱର, ଭଦ୍ରକ ଏବଂ ପୁର୍ବ ମେଦିନୀପୁରର ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ କରିବେ। ଏହା ପରେ ସେ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମିକ୍ଷା ବୈଠକରେ ଯୋଗ ଦେବେ ।
ଫୁଲୁଛି ବୈତରଣୀ ନଦୀ, ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ
ତିନିଦିନ ହେଲାଣି ଲଗାତାର ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।
ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ମାଫିଆଙ୍କ ଉପରେ ଚଢାଉ , ଜଣେ ଗିରଫ-
ବେଆଇନ ଦେଶୀ ମଦ ତିଆରି କରୁଥିବା ମାଫିଆଙ୍କ ଉପରେ ଚଢ଼ାଉ କଲା ଅବକାରୀ ବିଭାଗ । ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ଉପରେ ଚଢାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି ।

