କୋଭିଡ ରୋଗୀଙ୍କ ସମ୍ପର୍କୀୟଙ୍କୁ ଛଡା ନଯିବାରୁ କଟକ ଏସସିବି କୋଭିଡ ହସ୍ପିଟାଲରେ ଉତ୍ତେଜନା-

କଟକ ଏସସିବି କୋଭିଡ ହସ୍ପିଟାଲରେ ଆଜି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଛଡା ନଯିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଜାଣିନପାରି ପରିବାରବର୍ଗ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।

ପ୍ରାୟ ୨୦ ଜଣ ଡଙ୍ଗରିଆ କନ୍ଧଙ୍କ ସମେତ ସ୍ଥାନୀୟ ସରପଞ୍ଚ କରୋନା ପଜିଟିଭ ଚିହ୍ନଟ

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । ପାରସାଲି ପଞ୍ଚାୟତରେ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସାତଦିନ ସିଲ୍ ହେଲI ଢେଙ୍କାନାଳ ସିଭିଲ୍ କୋର୍ଟ –

ପାଞ୍ଚଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରବିବାର ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସିଭିଲ କୋର୍ଟକୁ ସିଲ୍ କରିଛି ବୋଲି ଜିଲ୍ଲାପାଳ ଭୁପେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ରାଜ୍ୟସରକାରଙ୍କ ନିର୍ଦ୍ଦେଶ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ରହିବା ବାଧ୍ୟତାମୂଳକ

ସମସ୍ତ ସରକାରୀ ତଥା ଘରୋଇ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ରହିବା ବାଧ୍ୟତାମୂଳକ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ କରୋନା ଔଷଧ ‘୨-ଡିଜି’କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିବେ-

ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା (ଡିଆରଡିଓ) ତରଫରୁ ବିକଶିତ କରାଯାଇଥିବା କରୋନା ଔଷଧ ‘୨-ଡିଜି’ର ପ୍ରଥମ ଦଫାକୁ ଶୁଭାରମ୍ଭ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ଔଷଧର ଶୁଭାରମ୍ଭ କରିବେ

ଆଜିଠାରୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକ ଉପକୃତ ହେବେ ଘରେ ହେବ ଟେଷ୍ଟ ଓ ଟିକାକରଣ

ଆଜିଠୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକଙ୍କ ପାଇଁ ରାଜଧାନୀରେ ଘରେ ଟିକାକରଣ ଓ ଟେଷ୍ଟିଂର ସୁବିଧା ମିଳିପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଆଜି କରୋନାରେ ପ୍ରାଣ ହାରିଲା ମାତ୍ର ୧୮ ଦିନର ନବବଧୂ –

ହାତରୁ ଭଲଭାବରେ ଛାଡିନଥିଲା ମେହେନ୍ଦି ରଙ୍ଗ କିନ୍ତୁ କରୋନା ଛଡାଇନେଲା ଜୀବନର ସବୁ ରଙ୍ଗୀନ ସ୍ୱପ୍ନ । ବାହାଘରକୁ ମାତ୍ର ୧୮ ଦିନ ହୋଇଥିଲା ଆଉ ଆଜି କରୋନାରେ ପ୍ରାଣ ହାରିଲା ନବବଧୂ ।

ଲକ୍‌ଡ଼ାଉନ୍‌ରେ ଜୁଆଖେଳ, ଆଡ୍ଡାରେ ଚଢାଉ ପରେ ୯୫ ହଜାର ଟଙ୍କା ଜଵତ ସହ ୬ ଗିରଫ –

ଲକ୍‌ଡ଼ାଉନ୍ ରେ ବଢିଚାଲିଛି ଜୁଆ ଖେଳ । ଆଜି ଏକ ଜୁଆ ଆଡ୍ଡାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ ପୁଲିସ । ଏବଂ ସେମାନଙ୍କ ଠାରୁ ନଗଦ ୯୫୫୪୦ ଟଙ୍କା ସହ ୫ଟି କାର୍, ୮ଟି ମୋବାଇଲ୍ ଓ ତାସ ଜବତ ମଧ୍ୟ ହୋଇଛି।

1 45 46 47 48 49 128