
ଓଡିଶା-ଆନ୍ଧ୍ର ସୀମାଞ୍ଚଳରେ ରହିଥିବା ବିବାଦକୁ ନେଇ କେନ୍ଦ୍ର ପ୍ରତାପ ଷଡଙ୍ଗୀ ମୁହଁ ଖୋଲିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ଯେ ରାଜ୍ୟର ଇଞ୍ଚେ ଜମି କାହାରିକୁ ଦିଆଯିବ ନାହିଁ । ସେଥିଲାଗି ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରନ୍ତୁ ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟର ଅନେକ ସ୍ଥାନରେ ଏପରି ଅସୁବିଧା ରହିଛି। ଆନ୍ଧ୍ର ସହିତ ପଶ୍ଚିବଙ୍ଗ ସହିତ ସୀମା ବିବାଦ ରହିଛି ।

ଏହାର ସମାଧାନ ହେବା ନିହାତି ଜରୁରୀ। ରାଜ୍ୟର ଇଞ୍ଚେ ଜାଗା କାହାରିକୁ ଦିଆଯିବ ନାହିଁ। ରାଜ୍ୟ ସରକାର ତୁରନ୍ତ ଏହାକୁ ଗୁରୁତର ସହ ନେଇ ସମାଧାନର ବାଟ ବାହାର କରିବା ଉଚିତ। ଆଗରୁ ଏପରି ଭୁଲ ଯୋଗୁଁ ରାଜ୍ୟର କିଛି ଜାଗା ଅନ୍ୟମାନେ ନେଇ ଯାଇଛନ୍ତି। ଏହାର ଆଉ ପୁନରାବୃତ୍ତି ହେବନାହିଁ । ସରକାରଙ୍କୁ ଆମେ ସହଯୋଗ କରିବୁ।।
ଓଡିଶାର ଅନେକ ଜମି ହାତରୁ ଚାଲିଯାଇଛି । ସେସମୟର ପ୍ରଶାସନର ଦୁର୍ବଳତା ଓ ଅନ୍ୟାନ୍ୟ କାରଣ ହେତୁ ଷଢେଇକଳା, ଖରସୁଆଁ ରାଜ୍ୟ ହାତରୁ ଚାଲିଯାଇଛି । ବର୍ତ୍ତମାନ ଆଉ ଇଞ୍ଚେ ଜମି କାହାରିକୁ ଦିଆଯାଇପାରିବନି । ଏକ୍ଷେତ୍ରରେ ସାଲିଶ ବିହୀନ ନିଷ୍ପତ୍ତି ନେବାକୁ ପଡିବ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଦିଗରେ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ ।