
ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବାକୁ ଥିବା ଆଇପିଏଲ ୨୦୨୧ ନିଲାମ ନିମନ୍ତେ ପଂଜୀକରଣ କରିଛନ୍ତି ୧୦୯୭ ଜଣ ଖେଳାଳି । ସେଥି ମଧ୍ୟରୁ ୮୧୪ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୨୮୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ହରଭଜନ ସିଂ, ଚେତେଶ୍ୱର ପୂଜାରା, ହନୁମାନ ବିହାରୀ, ଏସ.ଶ୍ରୀସାନ୍ଥ, ପିୟୁଷ ଚାୱାଲା ଆଦି ସିନିଅର ଖେଳାଳିଙ୍କ ନାମ ରହିଛି ।

ସେହିପରି ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୫୬ ଜଣ ୱେଷ୍ଟଇଣ୍ଡିଜ ଖେଳାଳି ରହିଥିବା ବେଳେ ୪୨ ଜଣ ଅଷ୍ଟ୍ରେଲିଆ ଖେଳାଳି ରହିଛନ୍ତି । ଚଳିତ ବର୍ଷ ଆଇପିଏଲ ନିଲାମରେ ୬୧ ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଂଚାଇଜ କିଣିପାରିବେ । ଯେଉଁଥିରେ ୨୨ ଜଣ ବିଦେଶୀ ଖେଳାଳି ରହିବେ ।