
ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ । ରାଜଧାନୀ ଭୁବନେଶ୍ୱରରେ ସରିଛି ପ୍ରସ୍ତୁତି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 16ହଜାର ସମ୍ମୁଖ ଯୋଦ୍ଧା ଟୀକା ନେବାକୁ ପଞ୍ଜିକୃତ ହୋଇଛନ୍ତି । 8937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ, ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟୀକା ନେବେ। ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି 6ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ୟୁନିଟ8, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ, 7ମ ବାଟାଲିଅନ ଓ ରିସେର୍ଭ ପୋଲିସରେ ଟୀକାକରଣ ହେବ ।
ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭି ରେ …….

ପ୍ରତି କେନ୍ଦ୍ରରେ 100ଜଣ ଲେଖାଏଁ ସମ୍ମୁଖ ଯୋଦ୍ଧା ଟୀକା ଗ୍ରହଣ କରିବେ। ଏଥିପାଇଁ ସକାଳ 9ଟା ଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳ , ଏସପି ଓ ବରିଷ୍ଠ ଅଧିକାରୀମାନେ ଟାକା ନେବେ । ବରିଷ୍ଠ ଅଧିକାରୀ ମାନେ ଟୀକା ନେବା ବେଳର ଫଟୋ ଟ୍ୱିଟରରେ ଅପଲୋଡ ହେବ । ଭୁବନେଶ୍ୱରରେ କମିଶନର ଅଫିସ, ଡିସିପି ଭୁବନେଶ୍ୱର, ଏସ୍ଏସ୍ ବାଟାଲିଅନ୍, ସପ୍ତମ ବାଟାଲିଅନ୍, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପୋଲିସ ଟୀକା ନେବେ । 8937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ । ବିଏମସି ଅଞ୍ଚଳରେ 8 ରୁ 10 ଦିନ ଭିତରେ ଟୀକାକରଣ ହେବ । ସେହିପରି କଟକରେ ରାଜ୍ୟ ପୋଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍ ଗାର୍ଡ଼, ଫାୟାର ସର୍ଭିସେସ୍, ଷଷ୍ଠ ବାଟାଲିଅନ୍ ପ୍ରମୁଖ ୧୧ଟି ପ୍ରତିଷ୍ଠାନର କର୍ମଚାରୀ ଓ ହୋମ୍ ଗାର୍ଡଙ୍କୁ ଟିକା ଦିଆଯିବ । ପୋଲିସ ପାଇଁ ୭ ଟି ସେସନ୍ ରେ ଟୀକାକରଣ କରାଯିବ । ସେଥିପାଇଁ ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।