ଗଞ୍ଜାମରେ କରୋନା ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ଗଞ୍ଜାମରେ କରୋନା ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଛି । ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି ଟୀକା  । ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ ଟୀକା ନେଇଛନ୍ତି  । ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସମସ୍ତ ପଞ୍ଜିକୃତ କର୍ମଚାରୀ ଟୀକା ନିଅନ୍ତୁ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି  ।

ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭି ରେ ………

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 16ହଜାର ସମ୍ମୁଖ ଯୋଦ୍ଧା ଟୀକା ନେବାକୁ ପଞ୍ଜିକୃତ ହୋଇଛନ୍ତି  । ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ ରଏ ଟୀକା ନେଇଛନ୍ତି  । ଆଜିଠୁ ସାରା ରାଜ୍ୟରେ ପୋଲିସଙ୍କୁ ଟୀକା ଦିଆଯିବ  । ଭୁବନେଶ୍ୱରରେ କମିଶନର ଅଫିସ, ଡିସିପି ଭୁବନେଶ୍ୱର, ଏସ୍‌ଏସ୍‌ ବାଟାଲିଅନ୍‌, ସପ୍ତମ ବାଟାଲିଅନ୍‌, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍‌ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପୋଲିସ ଟୀକା ନେବେ  ।  8,937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ  ।

Leave a Reply

Your email address will not be published. Required fields are marked *