ଆହୁରି 4 ଦିନ ପ୍ରବଳ ଜାଡରେ ଥରିବ ଓଡିଶା

ଆହୁରି 4 ଦିନ ପ୍ରବଳ ଜାଡରେ ଥରିବ ଓଡିଶା

ରାଜ୍ୟରେ ଶୀତ ଲହରୀ ଜାରି ରହିଛି  । ସକାଳୁ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି  । ଦେହ ହାତ କାଲୁଆ ହୋଇଯାଉଛି  । ଆସନ୍ତାକାଲିଠୁ ଶୀତ ଆହୁରି ବଢିବ  । ପ୍ରବଳ ଜାଡରେ ଥରୁଛି ଓଡିଶା  । ଆଜି ଅନେକ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶୀତ ଲହରୀ ଦେଖିବାକୁ ମିଳିଛି  । ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରା ଆହୁରି କମିବ  । ତାପମାତ୍ରା 2 ରୁ 4 ଡିଗ୍ରୀ କମିପାରେ  । 10 ତାରିଖ ଯାଏଁ ଏହିପରି ଥଣ୍ଡା ଜାରି ରହିବ ବୋଲି ଅନୁମାନ କରାଯାଉଛି  । ତେବେ ଏହି ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ  ।  ସକାଳୁ ମର୍ଣ୍ଣିଂ ୱାକ କରିବା ସହ ଚା ଖଟିରେ ସମୟ କାଟିବାକୁ କିଛି ଲୋକ ପସନ୍ଦ କରୁଛନ୍ତି  ।

Leave a Reply

Your email address will not be published. Required fields are marked *