
–
ରାଜଧାନୀ ପଳାଶପଲ୍ଲୀ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଅଭିଯୋଗରେ ପୋଲିସ ଶୁକ୍ରବାର ଅଲ ଓଡ଼ିଶା ଅର୍ଥୋପେଡିକାଲ୍ ଭିନ୍ନକ୍ଷମ କଲ୍ୟାଣ ସଂଘର ସେକ୍ରେଟାରୀ ତଥା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।
ଏହି ସପ୍ତାହ ପୂର୍ବରୁ କେନ୍ଦ୍ରର ଜଣେ ନିର୍ଦ୍ଦେଶକ ମଧୁ ମଞ୍ଜରୀ ଧଳଙ୍କୁ ଗିରଫ ହୋଇଥିଲେ । ଜାନୁଆରୀ ୨୪ରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ତଥା କେନ୍ଦ୍ରରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ ଅଭିଯୋଗ ଆସିବା ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅନୈତିକ କାର୍ଯ୍ୟକଳାପକୁ ନେଇ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
କେନ୍ଦ୍ରର ଜଣେ ପୂର୍ବତନ ମହିଳା ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ରାକେଟ ଚଲାଇବା ପଛରେ ଆସୋସିଏସନର କାର୍ଯ୍ୟକର୍ତ୍ତା ସମ୍ପୃକ୍ତ ଥିଲେ ।
ସେ ପ୍ରକାଶ କରିଛନ୍ତି ଯେ କେବଳ ସାଧାରଣ ଲୋକ ନୁହଁନ୍ତି ସରକାରୀ କର୍ମଚାରୀମାନେ ମଧ୍ୟ ଯୌନକ୍ରିୟା ପାଇଁ ସେଠାକୁ ଆସନ୍ତି । ଅଭିଯୋଗ ଅନୁଯାୟୀ, ବାହାରୁ ମହିଳାମାନେ ଦିନରେ ଗ୍ରାହକଙ୍କ ଠାରୁ ୨୫୦୦ ଟଙ୍କା ଏବଂ ରାତି ପାଇଁ ୫୦୦୦ ଟଙ୍କା ଆଦାୟ କରନ୍ତି। ଆସୋସିଏସନର ମୁଖ୍ୟ ବ୍ୟବସାୟ ଚଳାଇବା ପାଇଁ ଗ୍ରାହକ ଯୋଗାଉଥିଲେ।