
ଆଜି ଓଡ଼ିଶା ଓ ଛତିଶଗଡ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ର ଶୁଣାଣୀ ଶେଷ ହୋଇଛି । ଓଡ଼ିଶାର କାଉଣ୍ଟର ପ୍ରସ୍ତାବ ଉପରେ ସମୟ ନେଲା ଛତିଶଗଡ଼ । ତେବେ ଛତିଶଗଡକୁ ୩ ସପ୍ତାହ ର ସମୟ ଦେଲେ ଟ୍ରିବୁନାଲ୍ । ମମାଲର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ ରେ ହେବ ବୋଲି ସୂଚନା ମିଳିଛି ।

ଅଣମୌସୁମୀ ସମୟ ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ ହୀରାକୁଦ ଜଳ ଭଣ୍ଡାରକୁ ଅତି କମ୍ରେ ୧.୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରିବା ନେଇ ଅନ୍ତରୀଣ ବ୍ୟବସ୍ଥା ପାଇଁ ଛତିଶଗଡକୁ ପ୍ରସ୍ତାବ ଦେଇଛି ଓଡିଶା । ପୂର୍ବରୁ ନଭେମ୍ବର ମାସରେ ଛତିଶଗଡ଼ ଓଡିଶା କୁ ଅଣ ମୌସୁମୀ ସମୟରେ ୦.୪ ନିୟୁତ ଏକର ଫୁଟ ସୁନିଶ୍ଚିତ କରିବ ବୋଲି ପ୍ରସ୍ତାବ ଦେଇଥିଲା । ଏହାର କାଉଣ୍ଟର ରେ ଓଡିଶା ୧.୫ ଏମଏଫ ଜଳ ଦାବି କରିଛି । ୨୦୧୮ ମାର୍ଚ୍ଚ ରେ ଟ୍ରିବୁନାଲ୍ ଗଠନ କରିଥିଲେ କେନ୍ଦ୍ର ସରକାର । ନିୟମ ଅନୁସାରେ ଏହାର ୩ ବର୍ଷ ର କାର୍ଯ୍ୟକାଳ ମାର୍ଚ୍ଚ ରେ ସରିବ । କେନ୍ଦ୍ର ସରକାର ଏହାକୁ ୨ ବର୍ଷ ଅଧିକ ମଞ୍ଜୁରୀ ଦେଇ ପାରନ୍ତି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ମୂଳ ମାମଲାର ଶୁଣାଣି ହୋଇ ପାରିଲା ନାହିଁ ।

ଯେଉଁ ଦାବି ନେଇ ଦିଲ୍ଲୀ ରୁ ପଲ୍ଲୀ ସବୁଠି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ତାହା କେବଳ ରାଜନୈତିକ ଫାଇଦା ପାଇଁ ହୋଇଥିବା ସ୍ପଷ୍ଟ ଜଣା ପଡୁଛିା ଟ୍ରିବୁନାଲ୍ ରେ ବର୍ତମାନ ପର୍ଯ୍ୟନ୍ତ କେବଳ ଓଡିଶାକୁ ତାରିଖ ମିଳିଛି । ଅଣ ମୌସୁମି ସମୟରେ ଜଳ ସୁନିଶ୍ଚିତ କରିବା ନେଇ ଓଡ଼ିଶାର ଆଭ୍ୟନ୍ତରୀଣ ଆବେଦନ ଉପରେ ଶୁଣାଣି ଶେଷ ହେଉନାହିଁ । ବର୍ତମାନ ପର୍ଯ୍ୟନ୍ତ ମୂଳ ମାମଲାର ଶୁଣାଣି ହୋଇନଥିବାରୁ କେବେ ଏହାର ଶୁଣାଣି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।