ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୋଲିସର ତଦନ୍ତ ଜାରି

ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୋଲିସର ତଦନ୍ତ ଜାରି

ମାନସିକ ଚାପ ହରାଇ ଚମ୍ପାବନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ଯୁବକ ।ଏପରି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ । ସୁଚନା ଅନୁସାରେ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ସହ ଉମରକୋର୍ଟରେ ରହୁଥିବା ବେଳେ ସେ ନିକଟରେ ଗାଁକୁ ବୁଲିବାକୁ ଆସିଥିଲେ ହେଲେ କୌଣସି କାରଣରୁ ମାନସିକ ଚାପ ହରାଇ ସେ ଏପରି କରିଥିବା ସୁଚନା ମିଳିଛି । ତେବେ ମୃତ ଯୁବକ ଜଣଙ୍କ ହେଲେ ପାପଡାହାଣ୍ଡି ଗ୍ରାମର ଦାଶରଥି ଯାନୀଙ୍କ ପୁଅ ଶିବ ଯାନୀ । ତାଙ୍କର ମୃତ ଦେହ ସ୍ଥାନୀୟ ଅଚଂଳର ଲୋକମାନେ ଦେଖି ତାଙ୍କ ଘରେ ଜଣାଇଥିଲେ । ଏହାପରେ ତାଙ୍କ ବାପା ପାପଡାହାଣ୍ଡି ଥାନାରେ ଏକ ଏତଲା ଦେଇଥିଲେ ।

ଏହି ଏତଲାକୁ ଭିତ୍ତି କରି ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରିଥିଲେ । ଏହି ଘଟଣା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁରକୁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *