ମୁଣ୍ଡ  ବିହୀନ ମୃତଦେହ ମାମଲା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ପରେ କଟାଯାଇଛି ମୁଣ୍ଡ ॥॥

ମୁଣ୍ଡ ବିହୀନ ମୃତଦେହ ମାମଲା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ପରେ କଟାଯାଇଛି ମୁଣ୍ଡ ॥॥

ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ନୂଆ ଟ୍ୱିଷ୍ଟ୍ । ଏହି ମାମଲାରେ ଏବେ ପୋଲିସ ହାତରେ ବଡ ସୁରାକ ଲାଗିଛି। ମହିଳାଙ୍କୁ ପ୍ରଥମେ ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ କଟା ଯାଇଥିବା ସୂଚନା ମିଳିଛି । ଏନେଇ ପୋଷ୍ଟ ମଟର୍ମ ରିପୋର୍ଟରୁ ଜଣାପଡିଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ପ୍ରଥମେ ମୁଣ୍ଡ କାଟି ହତ୍ୟା କରାଯାଇ ନଥିଲା । ବରଂ ମହିଲାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ପରେ ପ୍ରମାଣ ଲୁଚାଇବା ପାଇଁ ଶରୀରରୁ ମୁଣ୍ଡ କଟାଯାଇଥିଲା । ତେବେ ମୃତଦେହର ପୁଣି ପୋଷ୍ଟ ମଟର୍ମ ପାଇଁ ଏମ୍ସକୁ ପଠାଯାଇଛି । ଏହାରି ମଧ୍ୟରେ ମହିଳାଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ଜାରି କରିଛି । ରାଜଧାନୀର ବିଭିନ୍ନ ଛକରେ ପୋଷ୍ଟର ମାରିଛି କମିଶନରେଟ୍ ପୋଲିସ । ଯଦି କିଏ ସୂଚନା ଦିଏ ତେବେ ତାଙ୍କ ପରିଚୟ ପ୍ରଘଟ କରାଯିବ ନାହିଁ । ଏପରିକି ତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ । ଏହାସହ ପୋଲିସ ଦୁଇଟି ମୋବାଇଲ୍ ନମ୍ବର ଜାରି କରିଛି ।୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ ନମ୍ବର ଜାରି କରିଛି ପୋଲିସ

ସୂଚନାଯୋଗ୍ୟ, ଗତ ବୁଧବାର ତାରିଖ ସକାଳେ  ଦାସପୁର ରାସ୍ତାରେ ଜଙ୍ଗଲ ପାଖରୁ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ଏହା ଜଣେ ମହିଳାଙ୍କର ହୋଇଥିବା ସୂଚନା ମିଳିଥିଲା । ଏହାସହ ମୃତଦେହ ପାଖରୁ ଗୋଭସ୍, ବିଅର ବୋତଲ ଓ ଏକ ଛୁରୀ ମିଳିଥିଲା ।

Leave a Reply

Your email address will not be published. Required fields are marked *