ଖୋଲା ବିତର୍କ ପାଇଁ ଚାଲେଞ୍ଜ ଦେଲା  ବିଜେପି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ହୋଇପାରୁନି ରେଳ ପ୍ରକଳ୍ପର ବିକାଶ

ଖୋଲା ବିତର୍କ ପାଇଁ ଚାଲେଞ୍ଜ ଦେଲା ବିଜେପି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ହୋଇପାରୁନି ରେଳ ପ୍ରକଳ୍ପର ବିକାଶ

ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଲେ ବିଜେପି ନେତା ଗୋଲକ ମହାପାତ୍ର  ।  ରେଳ ଅନୁଦାନ ପ୍ରସଙ୍ଗରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଲା ବିଜେପି । ମାଷ୍ଟରକ୍ୟାଣ୍ଟିନ ଛକକୁ ଆସନ୍ତୁ ଆମେ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  ।

ଗତକାଲି ବିଜେଡି ରେଳ ଅନୁଦାନ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ନେତାଙ୍କୁ ଖୋଲା ବିତର୍କ ପାଇଁ କହିଥିଲେ । ରାଜ୍ୟରେ ଯଦି ରେଳ ପ୍ରକଳ୍ପ ଆଗେଇ ପାରୁନି ତେବେ ସେଥିରେ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ  ।  ଏଇ 6 ରୁ 7 ବର୍ଷ ଭିତରେ 14 ହଜାର କୋଟି ନୁହେଁ 36 ହଜାର କୋଟି ଆସିଛି । ଶାସକ ଦଳ ନେତା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି । ରାଜ୍ୟରେ ରେଳ ବିକାଶ ନ ହୋଇ ପାରିବାରେ ଜମି ଅଧିଗ୍ରହଣ, ଆଇନଶୃଙ୍ଖଳା, ଫରେଷ୍ଟ କ୍ଲିଅରାନ୍ସ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି । କେବଳ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସରକାର  ।

Leave a Reply

Your email address will not be published. Required fields are marked *