
ଜୀବନ ଯୁଦ୍ଧ ଆଗରେ ମା’ର ମମତା ହାର ମାନିଛି । ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ରୁଗ୍ଣ ସ୍ବାମୀକୁ ଭଲ କରିବା ପାଇଁ ୧୦ ହଜାର ଟଙ୍କାରେ ନିଜ ପାଞ୍ଚ ମାସର ସନ୍ତାନକୁ ବିକ୍ରି କରିଦେଇଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଳିଆପଟା ଗ୍ରାମରେ ଏହି ଘଟଣା ସାମ୍ନାକୁ ଆସିଛି । ଝିଲି ନାୟକ ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଦୁଖା ନାୟକଙ୍କ ଚିକିତ୍ସା ପାଇଁ ଟଙ୍କା ବ୍ୟବସ୍ଥା କରୁଥିଲେ । ତାଙ୍କ ସ୍ବାମୀଙ୍କର ଏକ ଦୁର୍ଘଟଣାରେ ଗୋଡରେ ଗଭୀର ଆଘାତ ଲାଗିଥିଲା। ସେବେଠାରୁ ଝିଲି ତାଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିଆସୁଛନ୍ତି । ଦୁର୍ଘଟଣାରେ ଦୁଖାଙ୍କ ଗୋଡ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଝିଲି ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଟଙ୍କା ଯୋଗାଡ କରିବାରେ ଅକ୍ଷମ ହେବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ।
ନିଷ୍ପତ୍ତିସ୍ୱରୂପ, ସେ ତାଙ୍କର ପାଞ୍ଚ ମାସର ପୁଅକୁ ବଡଭଉଣୀକୁ ୧୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଝିଲି କହିଛନ୍ତି ଯେ ସ୍ୱାମୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ନାହିଁ ତେଣୁ ସେ ପୁଅକୁ ବିକ୍ରି କରିଦେବା ପାଇଁ ମନସ୍ଥ କରିଥିଲି ।