କଟକ, ଭୁବନେଶ୍ୱର ଓ ରାଉକେଲା ପରେ ଏବେ ନବରଙ୍ଗପୁରରେ ନକଲି କାରବାରର ଚେର, କେଶ କଳା ବି ନକଲି

କଟକ, ଭୁବନେଶ୍ୱର ଓ ରାଉକେଲା ପରେ ଏବେ ନବରଙ୍ଗପୁରରେ ନକଲି କାରବାରର ଚେର, କେଶ କଳା ବି ନକଲି

ରାଜ୍ୟରେ ନକଲି କାରବାରର ଚେର ସମଗ୍ର ରାଜ୍ୟ ସାରା ବ୍ୟାପି ସାରିଲାଣି । କେବଳ କଟକ, ଭୁବନେଶ୍ୱରରେ ନୁହେଁ ଏବେ ନବରଙ୍ଗପୁର ଭଳି ଜିଲ୍ଲାରେ ବି ଦେଖିବାକୁ ମିଳିଲାଣି ଏହି ନକଲି କାରବାର । ନକଲି ଖାଇବା ତେଲ, ଧୂପକାଠି, ଘିଅ ଓ ସସ୍ ପରେ ଏବେ ହେୟାର କଲର ବା କେଶ କଳାର ବି ନକଲି କାରବାର ଠାବ କରାଯାଇଛି ।

ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ପୋଲିସ୍ ସହରର ବିଭିନ୍ନ ଦୋକାନରେ ଚଢାଉ କରି ଏହି ନକଲି କେଶ କଳା ଜବତ୍ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କିନ୍ତୁ ଏହି ନକଲି କଶେ କଳା କେଉଁଠୁ ଆସୁଛି ଓ ତାର କାରଖାନା କେଉଁଠି ରହିଛି ତାହା ଠାବ ହୋଇ ପାରି ନାହିଁ ।

ଏହି ଘଟଣାରେ ଉମରକୋଟ୍ ପୋଲିସ୍ ଦୁଇ ଦୋକାନ ମାଲିକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ଜବତ୍ ହୋଇଥିବା ସାମଗ୍ରୀ ଗୁଡିକା ଆନୁମାନିକ ବଜାର ମୂଲ୍ୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ୱ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *