
ପିଲା ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ଶେଷରେ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଯୁବକ ଜଣଙ୍କୁ ଉଦ୍ଧାର କରିଲା ଭଦ୍ରକ ଟାଉନ ପୋଲିସ । ଏପରି ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଛପୋଲିଆ ନିକଟରେ ।
ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଛପୋଲିଆ ନିକଟରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକ ବୁଲୁଥିଲେ । କିଛି ଲୋକ ଉକ୍ତ ଯୁବକଙ୍କୁ ପିଲାଚୋର ସନ୍ଦେହରେ ଅଟକାଇଥିଲେ । ତାଙ୍କ ବ୍ୟାଗରୁ ଲୁହା ରଡ଼ ସହ ଅନେକ ମାରଣାସ୍ତ୍ର ମିଳିଥିଲା । ଲୋକେ ଯୁବକଙ୍କୁ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତେବେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି । ଉକ୍ତ ଯୁବକଙ୍କୁ ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି । ବ୍ୟକ୍ତି ଜଣକ ମସ୍ତିଷ୍କ ବିକୃତ ହୋଇଥିବା ପୋଲିସ ସୂଚନା ଦେଇଛି ।