
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଏହି ଘରୋଇ ବସ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ ।
ସୂଚନାନୁସାରେ, ଆଜି ଭୋର ସକାଳୁ ମୁନଲାଇଟ ନାମକ ଏକ ଯାତ୍ରୀବାହୀ ବସ ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଥିବା ଏକ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣ ଆହତ ହୋଇଥିବା ବେଳେ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଏହା ସହ ପୋଲିସ ଅନ୍ୟଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡ଼ିଛି ।