ଟିଟିଲାଗଡ ଉପ କାରାଗରରେ ଲଭ ସେକ୍ସ ଓ ଧୋକ୍କା, ଆଣିଲେ ଅନ୍ତେବାସିନୀ ମହିଳା ଅଭିଯୋଗ

ଟିଟିଲାଗଡ ଉପ କାରାଗରରେ ଲଭ ସେକ୍ସ ଓ ଧୋକ୍କା, ଆଣିଲେ ଅନ୍ତେବାସିନୀ ମହିଳା ଅଭିଯୋଗ

ଟିଟିଲାଗଡ ଉପ କାରାଗରରୁ ଆସିଛି ଲଭ ସେକ୍ସ ଓ ଧୋକ୍କା ଭଳି ସଙ୍ଗୀନ ଅଭିଯୋଗ । ଜଣେ ଅନ୍ତେବାସିନୀ ମହିଳା ଆଣିଛନ୍ତି ଏପରି ଅଭିଯୋଗ  । ପାରବାରିକ ବିବାଦକୁ ନେଇ ଜଣେ ମହିଳା ଗତ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଟିଟିଲାଗଡ ଉପ କାରଗାରରେ ଥିଲେ  । ଅନ୍ତେବାସିନୀ ମହିଳାଙ୍କ ଅଭିଯୋଗ ଅନୁସାରେ ସେ ଜେଲରେ ରହିଥିବା 1.5 ମାସ ସମୟରେ ଜଣେ କଏଦୀ ତାଙ୍କୁ ପ୍ରେମ କରିଥିଲେ  ।  ଶାରିରୀକ ସମ୍ବନ୍ଧ ମଧ୍ୟ ରଖିଥିଲେ । ଜେଲରୁ ମୁକୁଳିବା ପରେ ବ୍ୟକ୍ତି ଜଣକ ମହିଳାଙ୍କୁ ଚିହ୍ନି ନଥିବା କହୁଛନ୍ତି  ।  ଏସବୁ ଘଟଣା ଜେଲ ଅଧିକାରୀ ଓ କର୍ମଚାରୀଙ୍କ ଜାଣତରେ ହୋଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଉକ୍ତ ମହିଳା  । ଜେଲ ପରିସରରେ ଏତେ କଡା ସୁରକ୍ଷା ମଧ୍ୟରେ ଏସବୁ କିପରି ଘଚିଲା ବୋଲି ପ୍ରଶ୍ନ ସୃଷ୍ଟି ହେଉଛି  ।

Leave a Reply

Your email address will not be published. Required fields are marked *