
ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଫାଣ୍ଡି ପୋଲିସ ଦ୍ୱାରା ବିପୁଳ ପରିମାଣର ଗଂଜେଇ ସହ ଏକ କାର ଜବତ କରାଯାଇଛି । ଏହା ସହ କାର ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମହମଦ ସାକିନ ଆନସାରୀ । ସୂଚନା ଅନୁଯାୟୀ. ପାପଡାହାଣ୍ଡି ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ମଇଦଳପୁର ଫାଣ୍ଡି ନିକଟରେ ଜଗିରହି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ଏକ କାରକୁ ଅଟକାଇ ତଲାସି ନେଇଥିଲା । ତଲାସି ନେବା ପରେ ସେଥିରେ ୧୩୭ କେଜି ଜବତ କରାଯାଇଥିଲା । ଜବତ ହୋଇଥିବା ଗଂଜେଇର ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି କାରଟି ଜୟପୁରରୁ ଝାଡଖଣ୍ଡ ଯାଉଥିଲା । ଗାଡି ଚଢାଉ ସମୟରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଦୁ ଶବର, ମଇଦଳପୁର ଫାଣ୍ଡି ଅଧିକାରୀ ଅନକ୍ଷମୁ ଦିଆନ ପ୍ରମୁଖ ସାମିଲ ଥିଲେ ।