
ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ପରେ ପୁରା ଓଡ଼ିଶାରେ ଏହି ନା ଟି ଖୁବ୍ ଚର୍ଚ୍ଚିତ ହୋଇଛି । ଏବେ ନାଟକରେ ବି ଝାରାଫୁଲ ଙ୍କ କାହାଣୀ ବର୍ଣ୍ଣିତ ହେବାକୁ ଯାଉଛି। ଯାତ୍ରା ଇନ୍ଦ୍ରଭୁବନ ପକ୍ଷରୁ ପ୍ରସ୍ତୁତ କରାଯାଉଛି ଏହି ନାଟକ । ତେବେ ଏହି ନାଟକ ର ନା ଝରାଫୁଲ ରଖା ଯାଇଥିବା ବେଳେ ଏମିତି ଏକ ଯାତ୍ରା ମାଧ୍ୟମରେ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅପରାଧ ଓ ଅତ୍ୟାଚାର ବର୍ଣ୍ଣନା କରାଯାଇଛି ବୋଲି ଯାତ୍ରାର ନିର୍ଦେଶକ ସୂଚନା ଦେଇଛନ୍ତି । ବର୍ତମାନ ଭୁବନେଶ୍ଵରରେ ଯାତ୍ରା ଝରାଫୁଲ ର ରିହସଲ୍ ଚାଲିଥିବା ବେଳେ ଆସନ୍ତା ଖଣ୍ଡଗିରି ଯାତ୍ରାରେ ଏହାକୁ ପରିବେଷଣ କରିବାକୁ ଇନ୍ଦ୍ରଭୂବନ୍ ବା ଯାତ୍ରା ଆୟୋଜକ ଯୋଜନା କରୁଥିବା ସୂଚନା ମିଳିଛି।