ଆନ୍ଧ୍ର ଓଡିଶା ସୀମା ବିବାଦ ନେଇ ସୁପ୍ରିମକୋର୍ଟ ଯିବେ ସରକାର:

ଆନ୍ଧ୍ର ଓଡିଶା ସୀମା ବିବାଦ ନେଇ ସୁପ୍ରିମକୋର୍ଟ ଯିବେ ସରକାର:

ଆନ୍ଧ୍ର ଓଡିଶା ସୀମା ବିବାଦ ବଢିବାରେ ଲାଗିଛି  । ଏବେ ଭାଙ୍ଗିଲା ସରକାରଙ୍କ ନିଦ । ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବେ ସରକାର । ରଣନୀତି ସ୍ଥିର କରିବାକୁ ଆଜି ବସିବ ବୈଠକ । ଓଡିଶାର କିଛି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ନିଜ ଆଧିପତ୍ୟ ଜାହିର କରୁଛି  । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଓଡିଶା ଚ୍ୟାଲେଞ୍ଜ କରିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *