ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସି ୪ଟି କୋଠାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସି ୪ଟି କୋଠାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:

ଆଜି ସନ୍ଧ୍ୟା ୫ଟା ବେଳେ  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସି କ୍ୟାମ୍ପସ୍‌ରେ ୪ଟି କୋଠାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ପାଠାଗାର ସହ କଳା ଓ ବିଜ୍ଞାନ ବ୍ଲକ୍‍, ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଲୋକାପର୍ଣ କରାଯିବ । ତିନିଟି ଅଟ୍ଟାଳିକା ରୁସା ପାଣ୍ଠିରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ଅଟ୍ଟାଳିକା ରାଜ୍ୟ ଅନୁଦାନରେ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ରାତିରେ ସୁନ୍ଦର ଆଲୋକମାଳାରେ ଝଲସିଥିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଏଥିପାଇଁ  କ୍ୟାମ୍ପସରେ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାର‌୍ୟ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେବେ  I

Leave a Reply

Your email address will not be published. Required fields are marked *