
ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ । ଏହାସହ ଟ୍ରେନ୍ ଡ୍ରାଇଇଭର ପଶ୍ଚିମବଙ୍ଗ ହାୱଡାର କ୍ରିଷ୍ଣା ଗୋପାଳଙ୍କୁ ଦୁଇ ଦିନ ମଧ୍ୟରେ ବନଖଣ୍ଡ କାର୍ଯ୍ୟାଳୟରେ ହାଜର ହେବାକୁ ମଧ୍ୟ ନୋଟିସ୍ କରିଛନ୍ତି ଏବଂ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଗତକାଲି ସେ ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ। ତେବେ ସମସ୍ତ ପ୍ରକାର ସ୍ଥିତି ଅନୁସନ୍ଧାନ କରିବା ପରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।