ଶକ୍ତ ହେଲା ଏସ୍‌ବିଆଇ ନିୟମ, ପାନ୍ କାର୍ଡ ନଥିଲେ ଅନ୍ତର୍ଜାତୀୟ ନେଣଦେଣରେ ହେବ ସମସ୍ୟା!

ଶକ୍ତ ହେଲା ଏସ୍‌ବିଆଇ ନିୟମ, ପାନ୍ କାର୍ଡ ନଥିଲେ ଅନ୍ତର୍ଜାତୀୟ ନେଣଦେଣରେ ହେବ ସମସ୍ୟା!

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ରେ ଯଦି ଆପଣଙ୍କ ଆକାଉଣ୍ଟ ରହିଛି, ତା’ହେଲେ ଏହି ଖବର ତା’ହେଲେ ଜାଣନ୍ତୁ । ଏସ୍‌ବିଆଇ ଖାତା ସହିତ ପାନ କାର୍ଡ ନମ୍ବର ସଂଯୋଗ ନହେଲେ ଅନ୍ତର୍ଜାତୀୟ ନେଣଦେଣରେ ସମସ୍ୟା ଉପୁଜିବ । ମୋଟାମୋଟି ଭାବେ କହିବାକୁ ଗଲେ ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ସହିତ ପାନ କାର୍ଡ ଲିଙ୍କ କରି ନାହାନ୍ତି, ତାହେଲେ ବିଦେଶକୁ ଟଙ୍କା ପଠାଇପାରିବେ ନାହିଁ । ସେହିଭଳି ଯେତେବେଳେ ବିଦେଶ ବୁଲିବାକୁ ଯାଇଥିବେ, ସେଠାରେ ମଧ୍ୟ ଏଟିଏମ୍‌ର ବ୍ୟବହାର କରିପାରିବେ ନାହିଁ । 

ଏସ୍‌ବିଆଇର ଯେକୌଣସି ଗ୍ରାହକ ଉଭୟ ଅଫଲାଇନ ଓ ଅନଲାଇନ୍ ମାଧ୍ୟମରେ ଏସ୍‌ବିଆଇ ଆକାଉଣ୍ଟସହ ନିଜର ପାନ କାର୍ଡ ନମ୍ବର ସଂଯୋଗ କରିପାରିବେ । ଅନଲାଇନ ପାଇଁ ଗ୍ରାହକଙ୍କୁ www.onlinesbi.com ଯାଇ My Accounts ବିକଳ୍ପ ଚୟନ କରିବାକୁ ହେବ । ନିମ୍ନରେ ଦିଆଯାଇଥିବା Profile-Pan Registration ଉପରେ କ୍ଲିକ କରିବାକୁ ହେବ । ଏହା ପରେ ଏକ ନୂଆ ପେଜ ଖୋଲିବ । ଯଦି ଆପଣଙ୍କ ପାନ ନମ୍ବର ଆପଣଙ୍କ ବ୍ୟାଙ୍କ ଖାତା ସହିତ ପୂର୍ବରୁ ଲିଙ୍କ ଅଛି, ତାହେଲେ ଏହା ଆପଣଙ୍କୁ ସ୍କ୍ରିନରେ ଦେଖାଯିବ । ଯଦି ଲିଙ୍କ ହୋଇ ନଥିବ, ତାହେଲେ ଖାତା ନମ୍ବର ମାଗିବ, ଯାହାକୁ ଆପଣ ନିଜର ପାନ କାର୍ଡ  ସହତ ଲିଙ୍କ କରିବାର ଅଛି । ଏହା ପରେ ନିଜର ଖାତା ନମ୍ବର ଚୟନ କରି ଏବଂ ପାନ ନମ୍ବର ଦେଇପାରିବେ । ଏହିଭଳି ଭାବରେ ବ୍ୟାଙ୍କ ଖାତାକୁ ନିଜର ପାନ କାର୍ଡ ଘରେ ବସି କରିପାରିବେ । 

ଯଦି ଆପଣ ନେଟ ବ୍ୟାଙ୍କିଙ୍ଗର ବ୍ୟବହାର କରୁ ନାହାନ୍ତି, ତା’ହେଲେ ସିଧାସଳଖ ଶାଖାକୁ ଯାଇ ନିଜର ପାନ ନମ୍ବର ନିଜର ଆକାଉଣ୍ଟ ସହିତ ଲିଙ୍କ କରାଇପାରିବେ । ବ୍ୟାଙ୍କ ତରଫରୁ ଆପଣଙ୍କୁ ଏକ ପାନ ବିକଳ୍ପ ଫର୍ମ ପୂରଣ ପାଇଁ ଦିଆଯିବ । ଏଥି ପାଇଁ ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ଦେବାକୁ ହେବ । ଏସବିଆଇ ଶାଖା ପରିଚାଳକଙ୍କୁ ଏକ ଦରଖାସ୍ତ ମଧ୍ୟ ଦେବାକୁ ପଡ଼ିବ । 

Leave a Reply

Your email address will not be published. Required fields are marked *