
ଠକମାନେ ନିଜକୁ ନିଜେ କେଜ୍ରିୱାଲଙ୍କ ଝିଅଙ୍କ ସୋଫା କିଣୁଥିବା ଗ୍ରାହକ ଦର୍ଶାଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ବିଶ୍ୱାସଯୋଗ୍ୟ ହେବା ପାଇଁ ତାଙ୍କର ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ । ଏହା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଏକ ବାର କୋଡ ସ୍କାନ କରିବାକୁ କହିଥିଲେ । ଏହି ବାରକୋଡକୁ ସ୍କାନ କରିବା ପରେ କେଜ୍ରିୱାଲଙ୍କ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୨୦ ହଜାର ଟଙ୍କା ଓ ପରେ ୧୪ ହଜାର ଟଙ୍କା ଡେବିଟ ହୋଇଯାଇଥିଲା । ଅଭିଯୋଗ ପରେ ଠକେଇ ସଂପର୍କିତ ଏକ ମାମଲା ଦିଲ୍ଲୀର ସିଭିଲ ଲାଇନ ଥାନରେ ରୁଜୁ ହୋଇଛି । ପୋଲିସ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।