
ଦିନକୁ ଦିନ ମାଓବାଦୀମାନେ ସକ୍ରିୟ ହେବାକୁ ଲାଗିଥିବା ବେଳେ ସୁରକ୍ଷାବାହିନୀ ମାନେ ମଧ୍ୟ ସବୁ କ୍ଷେତ୍ରରେ ସତର୍କ ହୋଇ ରହିଛନ୍ତି । ଏହି ପରିପେକ୍ଷୀରେ ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଓ ସୁକୁମା ଜିଲ୍ଲାରେ ସୁରକ୍ଷାବାହିନୀ ମାନେ ଦୁଇଟି ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ।ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ନକ୍ସଲ ମାନେ ବ୍ୟବହାର କରୁଥିବା ସାମଗ୍ରୀ ସହ ଶତାଧିକ ନକ୍ସଲ ପୋଷାକ, ପ୍ରଚାର ପତ୍ର, ସିଲେଇ ମେସିନ ଜବତ କରାଯାଇଛି ।
ସୁଚନା ଅନୁସାରେ ସୁକୁମା ଜିଲ୍ଲା ପୋଲାମପାଲି ଥାନା ଅନ୍ତର୍ଗତ ପାଲମଗୁଡା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ସେଠାରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ କରାଯାଇ କ୍ୟାମ୍ପକୁ ଧ୍ବଂସ କରାଯାଇଛି । ସେହିପରି ବିଜାପୁର ଜିଲ୍ଲା ବାସାଗୁଡା ଥାନା ଅନ୍ତର୍ଗତ ପୋଲାମପାଲି ଜଙ୍ଗଲରେ ଆଉ ଏକ ମାଓ କ୍ୟାମ୍ପକୁ ଧ୍ବଂସ କରିଛନ୍ତି ସିଆରପିଏଫ ଯବାନ । ଉଭୟ ସ୍ଥାନରୁ ଯବାନ ମାନେ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି I