
ପୁଣି ଅଲୋଡା ହେଲା ଶିଶୁକନ୍ୟା । ରାସ୍ତା କଡ଼ ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ କୋକସରା ବ୍ଲକ ଶିଉନି ଗାଁରେ ଥିବା ଏକ ପାଳଗଦାରୁ ଆଜି ଭୋର ସକାଳେ ଏକ ନବଜାତ ଶିଶୁ ପଡି କାନ୍ଦୁଥିବା ଜଣାପଡିଥିଲା । ଶିଶୁକନ୍ୟାର କାନ୍ଦ ଶୁଣି ଶୌଚ ପାଇଁ ଯାଉଥିବା ଗାଁର କିଛି ମହିଳା ପାଳଗଦା ନିକଟକୁ ଯାଇ ଦେଖିଥିଲେ । ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ମହିଳା । ପରେ ସେଠାରେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି । ଏହା ସହ ନବଜାତ ଶିଶୁକନ୍ୟାକୁ ପ୍ରାଥମିକ ଚିକିତ୍ସା କରିବା ପରେ ଆମପାଣି ପୋଲିସ ଗାଡିରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶିଶୁ କନ୍ୟାଟିକୁ କେହି ହୃଦୟହୀନ ମହିଳା ପ୍ରସବ ପରେ ଫିଙ୍ଗି ଦେଇଥିବା ନେଇ ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।