ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁ ‌କୁ ଗିରଫ କରିଛି ।  ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି ।ଏହି ହିଂସା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଯେଉଁଥିରେ ଆହତ ହୋଇଥିଲେ ଶତାଧିକ ସୁରକ୍ଷା ବାହିନୀ । ହିଂସା ଘଟାଇବା ପରେ ୧୫ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ । ଅଭିଯୁକ୍ତକୁ ଧରିବା କିମ୍ବା କୌଣସି ସୂଚନା ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲା ପୋଲିସ । ଶେଷରେ ଆଜି ଲାଲ କିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ ସ୍କ୍ବାର୍ଡ ।

Leave a Reply

Your email address will not be published. Required fields are marked *