ନବରଙ୍ଗପୁର ଉପ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ

ନବରଙ୍ଗପୁର ଉପ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ

ବିଚାରଧୀନ କଏଦୀର ମୃତ୍ୟୁ  । ନବରଙ୍ଗପୁର ଉପ କାରାଗାରରେ ଥିବା ବିଚାରଧୀନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି  ।  ମୃତ କଏଦୀ ଜଣକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇଗୁଡ଼ା ଗାଁର ରାମଧର ଭତ୍ରା ।

ନବରଙ୍ଗପୁର ଜିଲ୍ଲା ଗତ ଜାନୁୟାରୀ ମାସ ୨୨ ତାରିଖରୁ ଉପ କାରାଗାରରେ ବିଚାରଧୀନ କଏଦୀ ଭାବରେ ଜେଲରେ ରହୁଥିଲେ ରାମଧର । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପକ୍ସୋ ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ  । ଜେଲ ରେ ତାଙ୍କ ସ୍ୱାସ୍ତ୍ୟବସ୍ଥା ଭଲ ରହୁ ନଥିଲା  । ହଠାତ ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସକାଳୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି  ।

Leave a Reply

Your email address will not be published. Required fields are marked *