ଆସିଲା ଭିସେରା ରିପୋର୍ଟ : ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ!

ଆସିଲା ଭିସେରା ରିପୋର୍ଟ : ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ!

ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ବେଳେ ଏବେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାକୁ ଯାଉଛି ।  ଆଜି ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଯପୁର ପୋଲିସର ହସ୍ତଗତ ହୋଇଛି । ଏହାପରେ ମୃତ୍ୟୁ ରହସ୍ୟ ଖୋଲିବା ନେଇ ସମ୍ଭାବନା ବଢିଛି । ଭିସେରା ରିପୋର୍ଟରେ କଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ବି ଯାଯପୁର ପୋଲିସ୍ ରିପୋର୍ଟ ଉପରେ ଅଧିକ ତନାଘନା ଚଳାଇଥିବା ସୂଚନା ମିଳିଛି ।

ପୂର୍ବରୁ ପୋଷ୍ଟମଟର୍ମ ରିପୋର୍ଟ ପୋଲିସ୍ ର ହସ୍ତଗତ ହୋଇଥିଲା । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଝରାଫୁଲ ନାୟକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ଓ ପୁରା ଘଟଣାର ଖୁଲାସା କରିବା ପାଇଁ ଝରାଫୁଲଙ୍କ ଭିସେରା ଟେଷ୍ଟ କରାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ କୁ ନେଇ ଉତ୍କଣ୍ଠା ବଢିଛି ।

Leave a Reply

Your email address will not be published. Required fields are marked *