
ବ୍ରହ୍ମପୁରରେ ପୁଣି ଲଜ୍ଜ୍ୟା । 10 ବର୍ଷର ନାବାଳିକାଙ୍କୁ ହୋଇଛି ଗଣଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମକାରୀ ସମସ୍ତ 3 ଅଭିଯୁକ୍ତ ନାବାଳକ ହୋଇଥିବା ସୂଚନା ମିଳିଛି । ଗତକାଲି ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଏକ ଗ୍ରାମରେ ନାବାଳିକା ଜଣେ ଘରେ ଏକା ଥିଲେ । ନାବାଳିକା ଘରେ ଜଣେ ଥିବା କୌଣସି ସୂତ୍ରରୁ ଖବର ପାଇ 3 ନାବାଳକ ତାକୁ ଦୁଷ୍କର୍ମ କରିଥିଲେ । ସମସ୍ତ ନାବାଳକ ଦୁଷ୍କର୍ମକାରୀ ନାବଳିକା ରହୁଥିବା ଗ୍ରାମର । ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସମସ୍ତ ଦୁଷ୍କର୍ମକାରୀ ବର୍ତ୍ତମାନ ପୋଲିସ କବଜାରେ ଥିବା ସୂଚନା ମିଳିଛି ।