
କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକରିଗୁମା ରେଳ ଷ୍ଟେସନ୍ ଅଞ୍ଚଳ ରେଳ ଧାରଣା ପାର୍ଶ୍ୱରୁ କୁକୁର ଝୁଣୁଥିବା ଏକ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଶିଶୁଟିକୁ ଏପରି ଅସହାୟ ଅବସ୍ଥାରେ ପଡିଥିବାର ଦେଖି ରେଲବାଇ ପୋଲିସକୁ ଜଣାଇଥିଲେ । ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପଂହଚି ଛୁଆଟିକୁ ଉଦ୍ଧାର କରିବା ସହ ଚାଇଲଡ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ୍ ଲାଇନ୍ର ସଦସ୍ୟମାନେ ଛୁଆଟିକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି । ସମ୍ପ୍ରତି ଚିକିତ୍ସାଧୀନ ନବଜାତକର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଶିଶୁଟିକୁ କିଏ ଏବଂ କାହିଁକି ଏପରି ଫିଙ୍ଗି ଦେଇଥିଲା ତାହା ଜଣା ପଡିନାହିଁ ।