ରାଜ୍ୟରେ ସୀମା ଟପୁଛି ଅପରାଧ, ମରଣାନ୍ତକ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ

ରାଜ୍ୟରେ ସୀମା ଟପୁଛି ଅପରାଧ, ମରଣାନ୍ତକ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ

ରାଜ୍ୟରେ ସୀମା ଟପୁଛି ଅପରାଧ, ପୁଣି ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ରାଉଲକେଲାରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମରଣାନ୍ତକ ଆକ୍ରମଣରେ ମୃତ୍ୟୁ ହୋଇଛି । କାମ ସାରି ହୋଟେଲରୁ ଘରକୁ ଫେରୁଥିବା ବେଳେ ରାଉଲକେଲା ଡିଲକ୍ସ ହୋଟେଲ ଲେନ୍ ରେ ପାଖ ବସେରା ହୋଟେଲ ମାଲିକ ସଜ୍ଜନ ମିତ୍ତଲଙ୍କ ଉପରକୁ କିଛି ଦୁବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗତ କାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *