ରାଜ୍ୟସରକାର ଓଡିଶାର ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚି ପାରୁନାହାନ୍ତି- ସୁରେଶ ପୂଜାରୀ

ରାଜ୍ୟସରକାର ଓଡିଶାର ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚି ପାରୁନାହାନ୍ତି- ସୁରେଶ ପୂଜାରୀ

କୋଟିଆ ପ୍ରସଙ୍ଗ ବରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟସରକାର ସୀମାବର୍ତ୍ତୀ ଅଞ୍ଚଳରେ ପଂହଁଚି ପାରୁନାହାନ୍ତି। ସେଥିପାଇଁ  ଏପରି ଦୁର୍ଦ୍ଦଶା ଦେଖିବକୁ ମିଳୁଛି।  ଯୋଜନା ସଠିକ ରୂପେ କାର୍ଯ୍ୟକାରୀ ହେଉନାହିଁ। ରାଜ୍ୟର ଦୁର୍ବଳ ନେତୃତ୍ୱ ପାଇଁ ଏପରି ସ୍ଥିତି ଉତ୍ପନ୍ନ ହେଉଛି। ସେପଟେ କୋଟିଆ ପ୍ରସଙ୍ଗରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରତିକ୍ରିୟା ଯେ, ଆନ୍ଧ୍ରସରକାରଙ୍କ ଏହି ନିଷ୍ପତ୍ତିକୁ ମୁଁ ନିନ୍ଦା କରୁଛି। କୋଟିଆର ୯୦ ଭାଗ ଲୋକ ଓଡିଶା ସହ ରହିବାକୁ ଇଚ୍ଛା କରୁଛନ୍ତି। ଆମ ଜିଲ୍ଲା ପ୍ରଶାସନ ଶୋଇଥିଲେ ସେମାନେ ଯେତେବେଳେ ଆସି ରାଶନ କାର୍ଡ, ଭୋଟର ପରିଚୟ ପତ୍ର ଦେଲେ। ୨୦୦୬ ମସିହା ପରେ ରାଜ୍ୟ ସରକାରଙ୍କ ଚିନ୍ତା ନଥିଲା।

ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିବା ପରେ ରାଜ୍ୟସରକାର ଫଣ୍ଡ ଘୋଷଣା କରିଲେ ହେଲେ କାମ ହେଉନି। ସେଠି କିଛି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ କାମ ଦିଆଯାଇଛି ଯାହା ଫଳରେ ବିକାଶ ହେଉନାହିଁ।

Leave a Reply

Your email address will not be published. Required fields are marked *