ହାତୀ ଉପରକୁ ଗୁଳି ଚଳାଇ ହାତୀ ଦାନ୍ତ ନେଇଗଲେ ଦୁର୍ବୃତ୍ତ ,ଦୁଇ ଅଟକ

ହାତୀ ଉପରକୁ ଗୁଳି ଚଳାଇ ହାତୀ ଦାନ୍ତ ନେଇଗଲେ ଦୁର୍ବୃତ୍ତ ,ଦୁଇ ଅଟକ

ଦିନକୁ ଦିନ ରାଜ୍ୟରେ ଶିକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଲୋପ ପାଇଯାଉଛି ପଶୁ ସମ୍ପଦ । ଏପରି କ୍ଷେତ୍ରରେ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ବନ ବିଭାଗ ଅଧିକାରୀ । ଯାହାଫଳରେ ଦିନ ଦି’ପହରରେ ପଶୁଙ୍କ ଉପରୁ ଆକ୍ରମଣ ହେଉଛି । ସୁଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କନ୍ଧରା ସଂରକ୍ଷିତ ଜଙ୍ଗଲରେ ୧୦ରୁ ୧୫ ଦୁର୍ବୃତ୍ତ ଏକ ଦନ୍ତା ହାତୀ ଉପରକୁ ଗୁଳି ମାରି ଦାନ୍ତ ନେଇଯାଇଛନ୍ତି ।

କେବଳ ଏତିକି ନୁହେଁ ରିଜର୍ଭ ଫରେଷ୍ଟରେ ବନକର୍ମଚାରୀଙ୍କ ଉପରକୁ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିବା ବନବିଭାଗ ଅଭିଯୋଗ କରିଛି । ସୌଭାଗ୍ୟବଶତଃ ବନକର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶିକାରୀ ମାନଙ୍କ ମଧ୍ୟରୁ ୨ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଶିକାରୀମାନେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଏହାର ତଦନ୍ତ ଜାରି ରହିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *