
ସାଲେପୁର୧୨/୨:ଗର୍ଭବତୀ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଇଙ୍ଗିତ ହେବା ସହ ପେଟକୁ ଠିଆ ଗୋଇଠା ମାରିଲେ ଯୁବକ,ଅଭିଯୋଗ ଆଣି ଥାନା ସାମ୍ନାରେ ବସିଲେ ପରିବାର ଲୋକେ,କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସାନରଉଅତପତି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଲେ ନିରଞ୍ଜନ ଦାସଙ୍କ ସ୍ତ୍ରୀ। ଗାଁ ନଳକୂପରୁ ପାଣି ଆଣିବା ବେଳେ ସେହି ଗ୍ରାମର ବାପି ଦାସ ନାମକ ଜଣେ ଯୁବକ ତାଙ୍କ ସହ ଅଶ୍ଳୀଳ ଭାଷାରେ ଇଙ୍ଗିତ ହେବା ସହ ଗର୍ଭବତୀଙ୍କୁ ଟଣାଓଟରା କରିଥିଲେ।
ଏ ସଂପର୍କରେ ମହିଳା ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ବାମୀ- ଶ୍ବଶୁର ଓ ଦିଅର ଯୁବକଙ୍କୁ ପ୍ରତିବାଦ କରିଥିଲେ। ଏଥିରେ ରାଗି ଯାଇ ଯୁବକ ଏବଂ ତାଙ୍କ ପରିବାର ଲୋକେ ମିଶି ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଏହା ମଧ୍ୟରେ ସେ ଗର୍ଭବତୀ ମହିଳାଙ୍କ ପେଟକୁ ଠିଆ ଗୋଇଠା ମାରିଥିବା ଅଭିଯୋଗ ମଧ୍ୟ ହୋଇଛି। ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ଚିକିତ୍ସାଧୀନ ଅଛନ୍ତି। ଏ ନେଇ ସାଲେପୁର ଥାନାରେ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଥିଲେ। ହେଲେ ପୋଲିସ ଅଭିଯୋଗ ରଖିଥିଲେ ହେଲେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ କରି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।