
ଭାଲେଣ୍ଟାଇନ୍ ସପ୍ତାହ ଆସିବା ସହ, ବଢ଼ିଛି ଅନଲାଇନ୍ ସ୍କାମ୍ । ସୋସିଆଲ୍ ମିଡିଆ, ହ୍ୱାଟ୍ସଆପ୍ ଏବଂ ମେସେଞ୍ଜର ଭଳି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ଲୋକଙ୍କୁ ବୋକା ବନାଉଛନ୍ତି । ଅନଲାଇନ୍ ସପିଂ କରୁଥିବା ଲୋକଙ୍କୁ ଭାଲେଣ୍ଟାଇନ୍ ସପ୍ତାହ ସମ୍ପର୍କିତ ନକଲି ୱେବସାଇଟ୍, ଅଫର୍, ଡିସକାଉଣ୍ଟ, ଭାଉଚର, ଗିଫ୍ଟ କାର୍ଡ ଦେଇ ଠକେଇ କରାଯାଉଛି ।
ଅନଲାଇନ୍ ଲୁଟେରା ଲୋକପ୍ରିୟ ଜୁଏଲାରୀ ପାଣ୍ଡୋରା ନାଁ ବ୍ୟବହାର କରି ଲୁଟୁଛନ୍ତି ।ପାଣ୍ଡୋରା ପରି ଅବିକଳ ୱେବସାଇଟରେ ଜୁଏଲାରୀ ପ୍ରାଇସ୍ ୟୁଏସ୍ ଡଲାର ରହିଛି । ଏବଂ ୱେବପେଜର ତଳେ କମ୍ପାନୀର ଆମେରିକା ଠିକଣା ରହିଛି । ଏପରିକି ୱେବପେଜର ତଳ ଭାଗରେ ଥିବା କମ୍ପାନୀ କପିରାଇଟ୍ ୨୦୨୧କୁ ପରିବର୍ତ୍ତନ ହୋଇନାହିଁ । ଏପରିକି କମ୍ପାନୀର ଠିକଣା ସବୁ ସାନ ଅକ୍ଷରରେ ଲେଖାଯାଇଛି ।