ଚଳନ୍ତା ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ-

ଚଳନ୍ତା ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ-

ଗତ କାଲି ବିଳମ୍ବିତ ରାତିରେ ରାୟଗଡା-କୋରାପୁଟ ରାସ୍ତାରେ ଘଟିଛି ଭୟାବହଃ ଅଗ୍ନିକାଣ୍ଡ । ନବରଙ୍ଗପୁର ରୁ ଗଞ୍ଜାମ ଅଭିମୁଖେ ଯାତ୍ରା କରୁଥିବା ଏକ ଚଳନ୍ତା ବସ୍ ରେ ହଠାତ୍ ନିଆଁଲାଗି ଯାଇଥିଲା ।

adv-ଏହି କାର୍ଯକ୍ରମରେ ଭାଗ ନେବା ପାଇଁ ଆଜିହିଁ ଯୋଗାଯୋଗ କରନ୍ତୁ ।ଯୋଗାଯୋଗ କରିବାର ଶେଷ ତାରିଖ 13.04.2021 ,5.00 pm

ନିଆଁ ଲାଗିବା ଦେଖି ଯାତ୍ରୀ ମାନେ ବସ୍ ରୁ ତୁରନ୍ତ ଓହ୍ଲାଇ ପଡିଥିଲେ । ସ୍ୱଭାଗ୍ୟବଶତଃ ସମସ୍ତ ଯାତ୍ରୀ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ରାୟଗଡା-କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି ଏଭଳତ ଅଭାବନୀୟ ଘଟଣା । ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଏହାପରେ ଅଗ୍ନିଶ୍ରମ ବାହୀନି ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ବସ୍ ଟି ସମ୍ପୂର୍ଣ୍ଣ ଭାବରେ ପୋଡି ଯାଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *