ନୟାଗଡ କୋର୍ଟରେ ହାଜର ହେଲା ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୟାଗଡ କୋର୍ଟରେ ହାଜର ହେଲା ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ପରୀ ହତ୍ୟା ମାମଲାର ଶୁଣାଣୀ ପାଇଁ ଆଜି ନୟାଗଡ ଚିଲଡ୍ରେନ୍ସ କୋର୍ଟରେ ହାଜର ହୋଇଛି ନାବାଳକ ଅଭିଯୁକ୍ତ । ରିମାଣ୍ଡ ସମୟରେ ଏସଆଇଟି ନାବାଳକ ଅଭିଯୁକ୍ତକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଆଜି ଏହି ମାମଲାର ଶୁଣାଣୀ କରି ନୟାଗଡ ଚିଲଡ୍ରେନ୍ସ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । 

ଅନ୍ୟପଟେ ଏସଆଇଟି ଅଭିଯୁକ୍ତ ର ଲେୟର ଭଏସ୍ ଆନାଲିସିସ୍ ଟେଷ୍ଟ କରିବା ପାଇଁ ଆବେଦନ କରିଥିଲା ଯାହାର ଶୁଣାଣୀ ଆସନ୍ତା ଫେବୃଆରୀ ୧୯ ତାରିଖରେ ହେବ ବୋଲି ନୟାଗଡ ଚିଲଡ୍ରେନ୍ସ କୋର୍ଟ ରାୟ ଶୁଣାଇଛନ୍ତି । ଏହି ମାମଲାରେ ବାରମ୍ବାର ଶୁଣାଣୀ ହୋଇ ଅଭିଯୁକ୍ତକୁ ଏସଆଇଟି ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିଲେ ବି ପରୀ ର ପରିବାର ଲୋକେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ନ୍ୟାୟ ଆଶାରେ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *