
ସାଲେପୁର ୧୫।୨: ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡ଼ାକରାର ପ୍ରଭାବ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଂଚଳରେ ।କଂଗ୍ରେସ ନେତା ଇଂ ଆକ୍ୟୁବ ଖାଁଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସକର୍ମୀ କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ମୁଖ୍ୟ ବଜାରରେ ରାସ୍ତା ଅବରୋଧ କରିଥିଲେ ।
ସାଲେପୁର ବଜାର, ସ୍କୁଲ, କଲେଜ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ମଧ୍ୟ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।