ଭାଲୁ ଆକ୍ରମଣରେ ଶୁଖିଲିମୁଣ୍ଡି ଗାଁର ଜଣେ ଗୁରୁତର ।

ଭାଲୁ ଆକ୍ରମଣରେ ଶୁଖିଲିମୁଣ୍ଡି ଗାଁର ଜଣେ ଗୁରୁତର ।


ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଶୁଖିଲିମୁଣ୍ଡି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସୁଦୂର ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲା କେଶକା ଗାଁ ର ରାଜୁ ତାଣ୍ଡିଏଲ ବୋଡେ଼ନ ବ୍ଲକ ସୁଖଲିମୁଣ୍ଡି ରାସ୍ତା ଦେଇ ଯାଉଥିବା ବାଟରେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା ।ଫଳରେ ତାଙ୍କ ର ମୁଣ୍ଡ ଏବଂ ଜଂଘ ରେ ଗଭୀର ଖତ ହେବା ଦ୍ୱାରା ସେ ରାସ୍ତାରେ ଗୁରୁତର ହୋଇଥିଲେ। ।ରାସ୍ତାରେ ଯାତାୟତ କରୁଥିବା ଲୋକେ ଭାଲୁଟିକୁ ଘଉଡାଇବା ପରେ ଭାଲୁଟି ଚାଲିଯାଇଥିଲା । ପରେ ଲୋକମାନେ 108 ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ବୋଡେ଼ନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି।
ନୂଆପଡାରୁ ନିରାକାର ମେହେର ଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *