ଭଦ୍ରକ ରେ ପଡିଛି ଓଡିଶା ବନ୍ଦର ପ୍ରଭାବ

ଭଦ୍ରକ ରେ ପଡିଛି ଓଡିଶା ବନ୍ଦର ପ୍ରଭାବ


ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି. କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ । ସହରର ବନ୍ତ ଛକ ଓ 16 ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ ନିକଟରେ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବନ୍ଦ ଡାକରା ଦେଇଛି । ତେବେ ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି କ୍ରମେ ବସ ଚଳାଚଳ ବନ୍ଦ ରହିଛି । ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିବା ଦେଖିବା ପାଇଁ ମିଳିଛି । କଂଗ୍ରେସ କର୍ମୀ ମାନେ ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରିଛନ୍ତି ।ଆଜିର ଏହି ବନ୍ଦ ପାଳନର ନେତୃତ୍ବ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁର୍ବତ ଦାସଙ୍କ ନେତୃତ୍ୱରେ କରାଯାଇଥିଲା।

Leave a Reply

Your email address will not be published. Required fields are marked *