
ପେଟ୍ରୋଲ ଓ ଡିଜେଲ ଦର ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ପ୍ରଭାବ ଶୂନ୍ୟ ରହିଛି ବନ୍ଦର ନଗରୀ ପାରାଦ୍ବୀପ ରେ। ପାରାଦ୍ବୀପ ବଡପଡିଆ, ଅଠରବାଙ୍କି, ନୂଆବଜାର, ତାରେଣୀଗଡା , ଦୋଛକି, ପାରାଦ୍ବୀପ ଗଡ ବଜାର ପ୍ରଭୁତି ଅଞ୍ଚଳ ସମ୍ପୂର୍ଣ୍ଣ ଚଳଚଞ୍ଚଳ ରହିଛି। ସକାଳ ୭ ଟାରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳ ୯ ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ବି କଂଗ୍ରେସ କର୍ମୀ ଙ୍କୁ ଦେଖିବାକୁ ମିଳିନାହିଁ। ମାତ୍ର ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ସ୍କୁଲ୍ କଲେଜ ବନ୍ଦ ରହିଛି। ବନ୍ଦ ଡାକରା ଯୋଗୁଁ ଅଳ୍ପ କେତୋଟି ବସ ଚଳାଚଳ କରୁଥିବା ର ଲକ୍ଷ୍ୟ କରାଯାଇଥିବା ବେଳେ ଅନ୍ୟ ସମସ୍ତ ପ୍ରକାର ଯାନ ସ୍ବ।ଭାବିକ ଭାବେ ଚଳାଚଳ କରୁଛି।
ପାରାଦିପ ବି ପ୍ରସାଦ ରିପୋର୍ଟ