ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।

ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।


ପାରାଦ୍ବୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମର ନେତାଜୀ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ରାଜ୍ୟ ଭଲିବଲ ସଙ୍ଘର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କୋଚ ସଞ୍ଜୟ ଦାସ, ମଙ୍ଗରାଜପୁର ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣିମା ତ୍ରିପାଠୀ, ସମିତି ସଭ୍ୟ ମଦନ ସ୍ବାଇଁ ଓ ପୁର୍ବତନ ଶିକ୍ଷକ କୁଳମଣି ତରାଇ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୬ ଟି ଟିମ୍ କଟକ, ପାରାଦ୍ବୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭୂବନେଶ୍ବର ଓ କିଟ୍ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ ପାରାଦ୍ବୀପ ଓ ମଙ୍ଗରାଜପୁର ଟିମ ମଧ୍ୟରେ ହୋଇଥିବା ବେଳେ ପାରାଦ୍ବୀପ କୁ ହରାଇ ମଙ୍ଗରାଜପୁର ଟିମ ବିଜୟୀ ହୋଇଥିଲ।। ଦଳ ୨.୦ ରେ ଭୂବନେଶ୍ବର କିଟ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଏହି ପ୍ରତିଯୋଗିତାକୁ ପ୍ରଦୀପ୍ତ କୁମାର ପଲେଇ, ପ୍ରଭାକର ପରିଡା ,ଦୁଷ୍ମନ୍ତ ମାଝୀ ପ୍ରମୁଖ ପରିଚାଳନା କରିଥିଲେ। ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ଗ୍ରାମାଞ୍ଚଳର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ବିଭିନ୍ନ ଖେଳରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ପ୍ରୟାସ କରାଯାଉଥିବା ଆୟୋଜକ ମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *