ଯେ କୌଣଷି ବ୍ୟକ୍ତି ଅକ୍ସିଜେନ ଗମନା ଗମନରେ ଅବରୋଧ କରେ ଆମେ ତାକୁ ଫାସିରେ ଝୁଲାଇବୁ- ଦିଲ୍ଲୀ ହାଇକୋର୍ଟ

ଆଜି ଦିଲ୍ଲୀ ହାଇକୋର୍ଟ ମହାରାଜା ଅଗ୍ରାସେନ ମେଡିକାଲର ଏକ ଶୁଣାଣି ସମୟରେ କହିଛନ୍ତି ଯେ ଯଦି କୌଣଷି ଅଫିସର ଅକ୍ସିଜେନ ଟ୍ୟାଙ୍କର ଯିବା ଆସିବାରେ ଅବରୋଧ କରନ୍ତି ତାହେଲେ ଆମେ ସେମାନଙ୍କୁ ଫାସି ଖୁଣ୍ଟରେ ଝୁଲାବୁ ।

ଜଷ୍ଟିସ୍ ଏନ. ଭି. ରାମଣା ଆଜି ଦେଶର 48 ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ –

ଆଜି ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ. ଭି. ରାମଣା ଶପଥ ଗ୍ରହଣ କରିବେ । ଦେଶର 48ତମ ପ୍ରଧାନ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇବେ ।

ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ –

ଅପହୃତ ଯବାନ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । ହତ୍ୟା ନେଇ ପୋଷ୍ଟର ଜାରି କରି ସ୍ପଷ୍ଟ କଲେ ମାଓବାଦୀ । ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କରାଯାଇଛି ।

ପୁରୀକୁ ଟ୍ରିପଲ୍ ମ୍ୟୁଟାଣ୍ଟ ଭୟ, ବାହାର ରାଜ୍ୟ ପର୍ଯ୍ୟଟକଙ୍କୁ ନ ଆସିବାକୁ ଅନୁରୋଧ କଲା ପ୍ରଶାସନ-

ପୁରୀକୁ ବହୁ ସଂଖ୍ୟାରେ ବାହାର ରାଜ୍ୟ ପର୍ଯ୍ୟଟକ ନ ଆସିବାକୁ ଅନୁରୋଧ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଫ୍ରି ଓ ପେଡ୍‌ ସଂଗରୋଧରେ ପର୍ଯ୍ୟଟକ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଟ୍ୱିନସିଟିରେ 68ଟି ସ୍ଥାନରେ ପୋଲିସର ଚେକ୍ ପଏଣ୍ଟ: ସାବଡ଼ ହେବେ ଅମାନିଆ,

ଆଜି ସକାଳ 5 ଟାରୁ ସାରା ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇଛି । ଟ୍ୱିନସିଟିରେ ଅମାନିଆଙ୍କୁ ସାବଡ଼ କରିବ କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

କ୍ରାଇମବ୍ରାଞ୍ଚ STF କୋଟିଏ ଟଙ୍କାର ବ୍ରାଉନସୁଗାର ଖୋର୍ଦ୍ଧାରୁ ଜବତ କରି 4 ଜଣଙ୍କୁ ଗିରଫ କଲା

ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର ଚାଲାଣ କାରବାର । ଏହାର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଆଜି ଖୋର୍ଦ୍ଧା ଜିଲ୍ଲାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା କ୍ରଇମବ୍ରାଞ୍ଚ୍ ଏସଟିଏଫ୍ ।

ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।

ପାରାଦ୍ବୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମର ନେତାଜୀ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ରାଜ୍ୟ ଭଲିବଲ ସଙ୍ଘର କାର୍ଯ୍ୟକାରୀ ସଭାପତି

ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ, ୨୭ ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି  । ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ

ଥାନା ହାଜତରେ ୨ କୁକୁଡ଼ା ୨୫ ଦିନ ହେଲା ବନ୍ଦୀ

ଦୀର୍ଘ ୨୫ ଦିନ ହେଲା ଥାନା ହାଜତରେ ବନ୍ଦୀ ଅଛନ୍ତି ୨ଟି କୁକୁଡ଼ା । ତେଲଙ୍ଗାନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏବେ ସେମାନେ ହାଜତରୁ ମୁକ୍ତି ଅପେକ୍ଷାରେ ଅଛନ୍ତି ।

ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ପଠାଇଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ….

ନୂଆଦିଲ୍ଲୀ ୦୩/୦୨ : ଭାରତ ପଡୋଶୀ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଏକ ପ୍ରଶ୍ନ ଉପରେ ଗୃହ ମନ୍ତ୍ରାଳୟ କହିଛନ୍ତି ଯେ ଯେଉଁମାନଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଫେରିବାକୁ