ଭଦ୍ରକ ଜିଲ୍ଲାର ମୁଖ୍ୟ ହସପିଟାଲରେ ଥିବା କୋଭିଡ କେୟାର ସେଣ୍ଟରରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଛି । ମେଡିକାଲର ତଳ ଫ୍ଲୋରରେ ଥିବା ଡିଜି ରୁମ୍ ରୁ ନିଆଁ ଲାଗିଛି ।
Category: State
କଳାବଜାରୀଙ୍କ କଳା କIରନାମା: କରୋନା ମହାମାରୀ ସମୟରେ ଚାଲିଛି ଅକ୍ସିଜେନ କଳାବଜାର,୩୯ ସିଲିଣ୍ଡର ଜବତ-
କରୋନା ମହାମାରୀ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ହେଲେ କଳାବଜାରୀଙ୍କ କବଜାରେ ବିପୁଳ ପରିମାଣରେ ଅକ୍ସିଜାନ ସିଲିଣ୍ଡର।
ଆଶାକର୍ମୀଙ୍କୁ ଗୁରୁଦାୟିତ୍ବ : ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ-
ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେହି କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ଗୁରୁଦାୟିତ୍ବ ଦିଆଯିବ ।
ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶ କଟକରେ ରାସ୍ତାକାର୍ଯ୍ୟ ପାଇଁ ହୋଇଥିବା ଉଚ୍ଛେଦର ପୁନଃଥଇଥାନ କର-
ଓଡିଶା ମାନବ ଅଧିକାର ଆୟୋଗ (ଓଏଚଆରସି) କଟକ ଜିଲ୍ଲାପାଳ ଓ ମହାନଗର ନିଗମ (ସିଏମସି)କୁ ରାସ୍ତା ବିସ୍ତାର ହେତୁ ପ୍ରଭାବିତ ହୋଇଥିବା ନୂଆପଡା ଅଞ୍ଚଳ ନିକଟସ୍ଥ ବାଲିସାହି ବସ୍ତିର ଲୋକଙ୍କୁ ପୁନଃ ଥଇଥାନ ଏବଂ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି।
ହାଇକୋର୍ଟ ୨୦ରୁ ୨୭ ତାରିଖ ଯାଏ ବନ୍ଦ, କିଛି ଷ୍ଟାଫ୍ ସଂକ୍ରମିତ ଚିହ୍ନଟ –
ଓଡିଶା ହାଇକୋର୍ଟର ଅନେକ ବିଚାର ପତି ଏବଂ ବିଭୀନ୍ନ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।ଏହି ନିଷ୍ପତି ଅନୁିଯାଇ ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯୟନ୍ତ ହାଇକୋର୍ଟକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ୍: ଭୟ,ଭ୍ରାନ୍ତି ଦୂର କରି କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଅନୁରୋଧ-
ଭଳି ଜାତୀୟ ବିପତ୍ତି ବେଳେ ସର୍ବମତକୁ ପ୍ରାଥମିକତା ଦେବା ସହ ସମାଜକୁ ସମ୍ଭାଳିବାର ଅଛି । ଓଡିଶାରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରି ପଛୁଆ ଅଞ୍ଚଳକୁ ଗୁରୁତ୍ବ ଦେବାକୁ ପଡିବ ।
ଏସଆରସି ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କହିଲେ –
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କରାଯାଇଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏଏସପି ମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଭୀମସାରେ ଉତ୍ତେଜନା: କରୋନା ଆକ୍ରାନ୍ତଙ୍କୁ ଭୂଲ୍ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ,
ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କୁ ନର୍ସ ଭୂଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉପସ୍ଥିତ ଶତାଧିକ ଲୋକେ ଭିତରକୁ ଧସେଇ ପଶିଥିଲେ ।
ପୁରୀରେ ନିର୍ମାଣ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ
ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି।
କରୋନାରେ ଆକ୍ରାନ୍ତ ଲୋକପ୍ରିୟ ତଥା ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ
ଓଲିଉଡ଼ ଜଗତ ପାଇଁ କରୋନା ଆଉ ଏକ ଦୁଃଖ ଦେଇଗଲା । ଚାରିଦିନ ଭେଣ୍ଟିଲେଟରରେ ରହିବା ପରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି ।

