ଦେଶରେ କରୋନାର କରୁଣ ପରିସ୍ଥିତି ଜାରି ରହିଥିଲା ବେଳେ ୪ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ ଭାରତୀୟ ବାୟୁସେନା ।
Category: News
ସୁରକ୍ଷା ବ୍ୟବସ୍ଥା ଢିଲା , ବଡବିଲ ରେଳଷ୍ଟେସନରେ ଅନେକ ବେଙ୍ଗଲ ଫେରନ୍ତା
ବଡବିଲ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଥିବାରୁ ଅନେକ ବେଙ୍ଗଲ ଫେରନ୍ତା ସେହି ବାଟେ ଆସୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସଂକ୍ରମଣ ଭୟ ବଢିଛି।
କୋଇଲା ଖଣି ଅଧିକାରୀଙ୍କ ଘରୁ ଲୁଟ୍, ୪ ଗିରଫ
ଆଜି ବ୍ରଜରାଜନଗର ପୋଲିସ ଅଞ୍ଚଳରେ କୋଇଲା ଖଣି ଅଧିକାରୀଙ୍କ ଘରୁ ଲୁଟ୍ ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଦୂର ହେବ ଟିକା ଅଭାବ , ଆଜି ରାଜ୍ୟକୁ ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ
ରାଜ୍ୟରେ ଟିକା ଅଭାବ ପାଇଁ ଆଜି ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
କଣ୍ଟେନମେଣ୍ଟ ଜୋନ ଅନୁଗୁଳ ଫେରିଲା , ଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତ ଚିହ୍ନଟ
ଅନୁଗୁଳ ଜିଲ୍ଲାରେ ତାଳଚେର ପୌରପାଳିକା ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଗତଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କଲେ , ଡିଜିଟାଲ ସଂମ୍ପତି କାର୍ଡ ପ୍ରତ୍ୟେକ ଗ୍ରାମାଞ୍ଚଳ ବାସୀଙ୍କୁ ମିଳିବ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମିତ୍ୱ ଯୋଜନାର ଆରମ୍ବ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସହର ଏବଂ ଗାଁରେ ଥିବା ସଂରକ୍ଷଣ ଲୋକ ମାନଙ୍କୁ ସେମାନଙ୍କର ସଂମ୍ପତିର ଡିଜିଟାଲ ମାଲିକାନ ପ୍ରଦାନ କରିବ ।
ଶ୍ରୀମନ୍ଦିରରେ ମେ’ ୧୫ ଯାଏଁ ଦର୍ଶନ ବନ୍ଦ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଫଳରେ ସାଧାରଣ ଶ୍ରଦ୍ଧାଳୁ ଏବେ କାଳିଆ ଦର୍ଶନରୁ ବଂଚିତ ରହିବେ ।
ଯେ କୌଣଷି ବ୍ୟକ୍ତି ଅକ୍ସିଜେନ ଗମନା ଗମନରେ ଅବରୋଧ କରେ ଆମେ ତାକୁ ଫାସିରେ ଝୁଲାଇବୁ- ଦିଲ୍ଲୀ ହାଇକୋର୍ଟ
ଆଜି ଦିଲ୍ଲୀ ହାଇକୋର୍ଟ ମହାରାଜା ଅଗ୍ରାସେନ ମେଡିକାଲର ଏକ ଶୁଣାଣି ସମୟରେ କହିଛନ୍ତି ଯେ ଯଦି କୌଣଷି ଅଫିସର ଅକ୍ସିଜେନ ଟ୍ୟାଙ୍କର ଯିବା ଆସିବାରେ ଅବରୋଧ କରନ୍ତି ତାହେଲେ ଆମେ ସେମାନଙ୍କୁ ଫାସି ଖୁଣ୍ଟରେ ଝୁଲାବୁ ।
ଜଷ୍ଟିସ୍ ଏନ. ଭି. ରାମଣା ଆଜି ଦେଶର 48 ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ –
ଆଜି ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ. ଭି. ରାମଣା ଶପଥ ଗ୍ରହଣ କରିବେ । ଦେଶର 48ତମ ପ୍ରଧାନ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇବେ ।
ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ –
ଅପହୃତ ଯବାନ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । ହତ୍ୟା ନେଇ ପୋଷ୍ଟର ଜାରି କରି ସ୍ପଷ୍ଟ କଲେ ମାଓବାଦୀ । ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କରାଯାଇଛି ।

