ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ କରୋନାରେ ମୃତ୍ୟୁ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

କରୋନା ଭାଇରସ୍ ମହାମାରୀର ୨ୟ ଲହରୀ ଉତ୍ତର ପ୍ରଦେଶର ଅନ୍ୟ ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି । କରୋନା ସଂସ୍ପର୍ଶରେ ଆସି ରାଜସ୍ୱ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପଙ୍କ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲରେ ଚିକିତ୍ସା ଚାଲିଥିଲା । ବିଗତ ୨୦ ଦିନ ହେବ ସେ ଗୁରୁତର ଥିଲେ ।

ବାତ୍ୟା ତାଉତେର ତାଣ୍ଡବରେ ବୁଡିଲା ଓଏନଜିସି ଯାହାଜ ୯୦ ନିଖୋଜ,:ଆଶାନ୍ତ ସମୁଦ୍ର

ସାମୁଦ୍ରିକ ଝଡ ତାଉତେର ପ୍ରଭାବରେ ମୁମ୍ବାଇ ନିକଟରେ ଓଏନ୍‌ଜିସିର ଏକ ଯାହାଜ ବୁଡି ଯାଇଛି । ତେବେ ଏହି ଯାହାଜରେ ୨୭୦ ଜଣ କର୍ମୀ ଥିଲା ବେଳେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଏବେ ପାଖାପାଖୀ ୯୦ ଜଣ ନିଖୋଜ ଅଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅନଲାଇନ ଶିକ୍ଷା ବ୍ୟବସ୍ଥାର ତର୍ଜମା କରିବେ , ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଭର୍ଚୁଆଲ ବୈଠକ-

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ୍ ମେ ୧୮ ଅର୍ଥାତ ଆଜି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତିଙ୍କୁ ଭର୍ଚୁଆଲ ମାଧ୍ୟମରେ ଭେଟି କୋଭିଡ୍ -୧୯ ମଧ୍ୟରେ ଅନଲାଇନ୍ ଶିକ୍ଷା ସମୀକ୍ଷା କରିବେ।

ପଶ୍ଚିମବଙ୍ଗ ରାଜ୍ୟ ରାଜନିତିରେ ଉଶ୍ମ : ମମତାଙ୍କ ଦୁଇ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ପଡିଲା ସିବିଆଇର ଛାପା-

ପଶ୍ଚିମବଙ୍ଗରେ ଟିଏମସି ସରକାର ଗଠନ କରିବା ମାତ୍ରେ ନରଦା ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ ସିବିଆଇ ମମତା ବାନାର୍ଜୀ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ।

ବାତ୍ୟା ତାଉତେରେ ସନ୍ଧ୍ୟା ସୁଦ୍ଧା ଗୁଜୁରାଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା, ମୁମ୍ବାଇ ବିମାନବନ୍ଦର ବନ୍ଦ

ଗୁଜୁରାଟ ଏବଂ ଡାମନଡିୟୁ ପାଇଁ ଆଇଏମଡି ପକ୍ଷରୁ ୟେଲ୍ଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ, ମେ ୧୮ ପର୍ଯ୍ୟନ୍ତ ପବନ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିବ।

କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସ୍ପେଶାଲ ପାଲୋଲରେ ୧୨୬ ଜଣ କଏଦୀ ୩ ମାସ ପାଇଁ ଘରକୁ ଯାଇଛନ୍ତି –

କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି ।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ କରୋନା ଔଷଧ ‘୨-ଡିଜି’କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିବେ-

ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା (ଡିଆରଡିଓ) ତରଫରୁ ବିକଶିତ କରାଯାଇଥିବା କରୋନା ଔଷଧ ‘୨-ଡିଜି’ର ପ୍ରଥମ ଦଫାକୁ ଶୁଭାରମ୍ଭ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ଔଷଧର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଧାନ ସେବକ ଭାବରେ ମୁଁ ଆପଣଙ୍କର ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛି –

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ମହାମାରୀରେ ଦେଶବାସୀ ସେମାନଙ୍କର ପ୍ରୟଜନଙ୍କୁ ହରାଇବାର ସମାନ ଯନ୍ତ୍ରଣା ଏବଂ କ୍ଷତି ସେ ମଧ୍ୟ ଅନୁଭବ କରୁଛନ୍ତି ।

୯.୫ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି ଟଙ୍କା: ପିଏମ କିଷାନ ସମ୍ମାନ ନିଧି ଯୋଜନା-

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୯.୫ କୋଟି ଚାଷୀଙ୍କୁ ସହାୟତା ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଏଣିକି ୮୪ ଦିନ ପୂର୍ବରୁ ମିଳିବନି –

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନର ଅନୁପାଳନ ପାଇଁ କୋୱିନ ପୋର୍ଟାଲରେ ୮୪ ଦିନ ପୂର୍ବରୁ ସ୍ଲଟ ବୁକିଂ ହୋଇପାରିବନାହିଁ ବୋଲି କୁହାଯାଇଛି ।

1 12 13 14 15 16 34