ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ-

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର ପ୍ରଦେଶ ଗସ୍ତରେ ରହିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ ।

ଆଜି ହେଉଛି ଭାରତୀୟ ସେନାଙ୍କ ୨୨ତମ କାରଗିଲ ବିଜୟ ଦିବସ-

ଆଜିର ଦିନ(୧୯୯୯ ଜୁଲାଇ ୨୬)ରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ । କାରଗିଲ ଯୁଦ୍ଧରେ ସହିତ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି ।

CISCE ପକ୍ଷରୁ ଘୋଷଣା ଆଜି ଅପରାହ୍ନ ୩ଟାରେ ICSE, ISC ରେଜଲ୍ଟ, ପ୍ରକାଶ ପାଇବ-

ଆଜି କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ (CISCE) ପକ୍ଷରୁ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଓ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ISC)ର ଫଳାଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିଛି ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାର୍ଗିଲ ଦିବସ ପାଳନ କରିବାକୁ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ-

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆସନ୍ତା ସପ୍ତାହରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଗସ୍ତ କରିବେ ବୋଲି ଆଶା କରାଯାଉଛି । ଯେଉଁଥିରେ ସେ ଜୁଲାଇ ୨୬ ରେ କାର୍ଗିଲ ଦିବସ ପାଳନ କରିବେ।

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ-

ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍‌କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ

ଗତକାଲିର ସମ୍ପ୍ରସାରଣରେ ମୋଟ ୪୩ ଜଣ ନୂତନ ସଦସ୍ୟ ଶପଥ ଗ୍ରହଣ କରିଥିଲେ, ଯାହା ୨୦୧୯ରେ କ୍ଷମତାକୁ ଫେରିବା ପରେ ଏନଡିଏ ସରକାରରେ ପ୍ରଥମ ଟିମ୍ । ମନ୍ତ୍ରୀ ପରିଷଦ ବର୍ତ୍ତମାନ ୭୭ରେ ପହଞ୍ଚିଛି, ମୋଦି ସରକାରଙ୍କ କାର‌୍ୟ୍ୟକାଳ ମଧ୍ୟରେ ସର୍ବୋଚ୍ଚ କ୍ଷମତା ।

ଗୁଜବ ପ୍ରଚାର ନକରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ମୋ “ମା” ଶହେ ବର୍ଷର ସେ ମଧ୍ୟ ଟିକା ନେଇଛନ୍ତି,କରୋନା ଟିକା-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କୁ ଟିକା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଉତ୍ସାହିତ କରି କହିଛନ୍ତି ଯେ ଟୀକାକରଣ ସମ୍ବନ୍ଧୀୟ ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ କରୁଥିବା ବେଳେ ତାଙ୍କ ମା ମଧ୍ୟ କୋଭିଡ ବିରୋଧୀ ଟିକା ନେଇଥିବା ସେ କହିଛନ୍ତି।

” ସ୍ୱପ୍ନରେ ମଧ୍ୟ ମୁଁ କଳ୍ପନା କରି ନ ଥିଲି ଯେ ମୋ ଭଳି ଜଣେ ସାଧାରଣ ବାଳକ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟର ଦାୟିତ୍ବ ତୁଲାଇବ”:ରାଷ୍ଟ୍ରପତି

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବେ ଉତ୍ତରପ୍ରଦେଶର ଗସ୍ତରେ ଅଛନ୍ତି। ରବିବାର କାନପୁରରେ ଥିବା ତାଙ୍କ ଗାଁ ପରିଦର୍ଶନ କରିଥିଲେ ଏବଂ ସେଠାରେ ସେ ପୁରୁଣା ପରିଚିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମେନକା ଗାନ୍ଧୀଙ୍କ ଅଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା-

ସୋସିଆଲ ମିଡିଆରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହେଉଛି। ଏହି ଅଡିଓରେ ସେ ପଶୁ ଚିକିତ୍ସିକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି।

1 6 7 8 9 10 34